fbpx

ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ ଅଛି କି ? ଜାଣନ୍ତୁ ଏହା ଦ୍ୱାରା ଶରୀରକୁ କ’ଣ ମିଳିଥାଏ ଲାଭ

ସଫଳ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ କିଛି ଭଲ ଅଭ୍ୟାସ ଫଲୋ କରିଥାନ୍ତି । ସେହିପରି ଗୋଟିଏ ଭଲ ଅଭ୍ୟାସ ହେଉଛି ସକାଳୁ ଉଠିବା । ସକାଳୁ ଉଠିବା ଦ୍ୱାରା ଅନେକ ଫାଇଦା ରହିଛି । ଏହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେବା ସହ ଶରୀରକୁ ବି ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ସକାଳୁ ଉଠିବା ଦ୍ୱାରା ଶରୀରକୁ କିପରି ମିଳେ ଫାଇଦା….

– ଅନେକ ରିସର୍ଚ୍ଚରୁ ଜଣାପଡିଛି ପ୍ରମାଣିତ ହୋଇଛି ଯେ, ଯେଉଁଲୋକମାନେ ନିଜ ଜୀବନରେ ଶୀଘ୍ର ଉଠିବାର ଅଭ୍ୟାସ କରିଥାନ୍ତି, ସେମାନେ ଅଧିକ ସଫଳ ହୋଇଥାନ୍ତି । ଶୀଘ୍ର ଉଠିବା ଦ୍ୱାରା ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ଏହା ସହ ନିଦର କ୍ୱାଲିଟି ଭଲ ହୋଇଥାଏ ଓ ପ୍ରଡକ୍ଟିଭିଟି ବଢ଼ିବା କାରଣରୁ ଆପଣ ଜୀବନରେ ସଫଳତାର ମାର୍ଗ ଅତି ସହଜ ହୋଇଥାଏ ।

– ସକାଳୁ ଉଠିବା ଦ୍ୱାରା ଆପଣଙ୍କୁ ପାଖରେ ପର୍ଯ୍ୟାପ୍ତ ସମୟ ମିଳିଥାଏ । ଏଭଳି ପରିସ୍ଥିତିରେ ଆପଣ ସକାଳୁ କିଛି ବ୍ୟାୟାମ କରିପାରିବେ । ଏହିପରି ସକାଳୁ ଉଠିବା ଦ୍ୱାରା ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ।

– କିଛି ଲୋକ ସକାଳ ଜଳଖିଆ ଛାଡିଦିଅନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ । ଯଦି ଆପଣ ସକାଳୁ ଉଠିବେ, ତେବେ ଆପଣଙ୍କୁ ଅଧିକ ସମୟ ମିଳିବ, ଯାହାଫଳରେ ଆପଣ ଭଲଭାବରେ ଜଳଖିଆ ଖାଇପାରିବେ ।

– ଯେଉଁମାନେ ସକାଳୁ ଶୀଘ୍ର ଉଠନ୍ତି, ସେମାନଙ୍କ ନିଦର କ୍ୱାଲିଟି ଭଲ ହୋଇଥାଏ । ତେବେ ଆପଣ ଶୀଘ୍ର ଉଠିଲେ ତାହା ଅଭ୍ୟାସରେ ପରିଣତ ହୋଇଥାଏ ଓ ରାତିରେ ଶୀଘ୍ର ନିଦ ଆସିଥାଏ । ଏପରି ହେବା ଦ୍ୱାରା ଆପଣ ଠିକ୍ ସମୟରେ ଶୋଇବେ ଓ ଆପଣଙ୍କ ଶୋଇବାର କ୍ୱାଲିଟିରେ ସୁଧାର ଆସିବ ।

Get real time updates directly on you device, subscribe now.