fbpx

ଗାଜିଆବାଦର ବିବାଦୀୟ ଭିଡିଓ ମାମଲା: ସ୍ୱରା ଭାସ୍କର ଓ ଟ୍ୱିଟର ଇଣ୍ଡିଆ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ: ଗାଜିଆବାଦ୍ ର ଜଣେ ବୃଦ୍ଧଙ୍କୁ  ମାଡ ମାରିବାର ଏକ ବିବାଦୀୟ ଭିଡିଓର ଘଟଣା କ୍ରମେ ଅଭିନେତ୍ରୀ ସ୍ୱରା ଭାସ୍କର , ସାମ୍ବାଦିକ ଆରଫା ଖାନମ ସେରୱାନୀ,ଟ୍ୱିଟର ଇଣ୍ଡିଆର ଆସିଫ୍ ଖାନ୍ ଓ ଟ୍ୱିଟର ଇଣ୍ଡିଆର ଅଧିକାରୀ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଏନେଇ ଆଡ଼ଭୋକେଟ୍ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ପୋଲିସ୍ ଥାନାରେ ଅଭିଯୋଗ ଦାଖଲ କରାଯାଇଛି ।

ଏନେଇ କାହା ବିରୋଧରେ ଅଭିଯୋଗକୁ ଆଧାର କରି ଏଯାଏଁ ଏଫଆଇଆର ରୁଜୁ କରାଯାଇ ନାହିଁ । ଏହା ପୂର୍ବରୁ ଉତ୍ତରପ୍ରଦେଶ ପୋଲିସ୍ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରଚାର ଅଭିଯୋଗରେ ମାଇକ୍ରୋବ୍ଲଗିଂ ସାଇଟ୍ ସହ ଏକ ନ୍ୟୁଜ୍ ପୋର୍ଟାଲର ୬ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ଭିଡିଓରେ ଜଣେ ବୟସ୍କ ବୃଦ୍ଧଙ୍କୁ ଗାଜିଆଦାଦର କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିବାର ଦେଖିବାକୁ ମିଳିଥିଲା । ଏନେଇ ପୋଲିସ ମଧ୍ୟ କହିଛି ଯେ ସାଂପ୍ରଦାୟିକ ହିଂସାକୁ ଉସକାଇବାକୁ ଏଭଳି ଭିଡିଓ ଭାଇରାଲ କରାଯାଇଛି । ଗାଜିଆବାଦର ଲୋନି ସୀମା ଥାନାରେ ଏକ ସ୍ଥାନୀୟ ପୋଲିସ୍ କର୍ମୀ ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗ ଆଧାରରେ ମଙ୍ଗଳବାର ରାତି ୧୧.୩୦ରେ ପ୍ରାଥମିକ ଅଭିଯୋଗ ଗ୍ରହଣ କରିଥିଲା ।

ଏହି ଭିଡିଓ ପ୍ରସାରିତ ହେବାକୁ ଅନୁମତି ଦେଇଥିବା ଅପରାଧରେ ଟ୍ୱିଟର କମ୍ୟୁନିକେସନ ଇଣ୍ଡିଆ , ନ୍ୟୁଜ୍ ୱେବ୍ସାଇଟ୍ ,ସାମ୍ବାଦିକ ମହମ୍ମଦ ଜୁବାଇର,ରାଣା ଆୟୁବ,କଂଗ୍ରେସ୍ ନେତା ଶାମ ମହମ୍ମଦ,ସଲମାନ ନିଜାମି,ମୁସକାରୀ ଉସମାନୀ ଓ ଲେଖେକ ସବା ନକଭୀଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଦାଖଲ ହୋଇଛି । ଅନ୍ୟପକ୍ଷରେ ପ୍ରେସ୍ କ୍ଲବ ଅଫ ଇଣ୍ଡିଆ ଏଫଆଇଆରରୁ ସାମ୍ବାଦିକମାନଙ୍କ ନାଁ ହଟାଇବାକୁ ଦାବି କରିଛନ୍ତି । ତେବେ ଏହି ଏହି ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ପାର୍ଥକ୍ୟ ମଧ୍ୟ ସୃଷ୍ଟି କଲା ଭଳି ଭିଡ଼ିଓ ଭାଇରାଲ ହେବା ପାଇଁ ଟ୍ୱିଟର କିଭଳି କିଛି କରି ନାହିଁ ।

Get real time updates directly on you device, subscribe now.