fbpx

ଏଠାରେ ଶବର ବାହାଘର କରିଦିଅନ୍ତି ଲୋକ: ଅବିବାହିତ ପୁରୁଷଙ୍କ କବରରେ ରଖିଦିଅନ୍ତି ମହିଳାଙ୍କ…

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ ରହୁଥିବା ଲୋକମାନେ ସେମାନଙ୍କର ଅଲଗା ଅଲଗା ମାନ୍ୟତା ବା ବିଶ୍ୱାସ ଯୋଗୁଁ ଚର୍ଚ୍ଚାରେ ରୁହନ୍ତି । ପ୍ରତ୍ୟେକ ସ୍ଥାନର ମାନ୍ୟତା ଅନ୍ୟମାନଙ୍କଠାରୁ ଅଲଗା ହୋଇଥାଏ ଓ ଅନ୍ୟ ଦେଶରେ ରହୁଥିବା ଲୋକଙ୍କୁ ଏହା ଅଜବ ଲାଗିଥାଏ । ଏପରି ଏକ ମାନ୍ୟତା ଚୀନରେ ପ୍ରଚଳିତ ହେଉଛି, ଯାହାକୁ ଭୂତ ବିବାହ ବୋଲି କୁହାଯାଏ । ପ୍ରତ୍ୟେକ ବିବାହ ପରି ଅବିବାହିତ ପୁରୁଷ ଓ ମହିଳାଙ୍କ ବିବାହ ହୋଇଥାଏ, କିନ୍ତୁ ପାର୍ଥକ୍ୟ ହେଉଛି କି ଏହା ତାଙ୍କ ମୃତ୍ୟୁ ପରେ କରାଯାଇଥାଏ ।

ଏହା ଅଜବ ଏଥିପାଇଁ ଯେ, ଏଥିରେ କାହାର ମୃତ୍ୟୁ ପରେ ହିଁ ବିବାହ କରାଯାଇଥାଏ । ବିବିସି ୱେବସାଇଟ ଅନୁସାରେ, ଚୀନରେ ଭୂତ ବିବାହର ଇତିହାସ ୩୦୦୦ ବର୍ଷ ପୁରୁଣା । ଏହି ବିବାହ ଅଧୀନରେ ଲୋକମାନେ ୨ ଜଣ ଅବିବାହିତ ମରିଯାଇଥିବା ଲୋକଙ୍କର ବିବାହ କରନ୍ତି । ଏହାର କାରଣ ହେଉଛି କି, ଯଦି ବଞ୍ଚିଥିବା ବେଳେ ତାଙ୍କୁ ବୈବାହିକର ସୁଖ ମିଳିନଥାଏ, ତେବେ ମୃତ୍ୟୁ ପରେ ତାହା ସେମାନେ ପାଇଥାନ୍ତି । ଏପରି ପରିବା ଦ୍ୱାରା ସେମାନେ ପରବର୍ତ୍ତୀ ଜୀବନ କିମ୍ବା କୃତ୍ୟୁ ପରର ଜୀବନ ସୁଖମୟ ହେବ । ବାହାଘରରେ ପୁଅର କବରରେ ଝିଅର ହାଡ ପୂରାଇ ଦିଆଯାଏ, ଯାହାଫଳରେ ସେମାନେ ପରସ୍ପର ସହିତ ରହିବେ ।

ଏହି ବିବାହ ସାଧାରଣ ବିବାହ ପରି ଧୁମଧାମ୍ ସହିତ ଆୟୋଜିତ ହୋଇଥାଏ । ଝିଅର ପରିବାର ଲୋକ ଝିଅ ପାଇଁ ଟଙ୍କା ମାଗନ୍ତି ଏବଂ ଯୌତୁକ ମଧ୍ୟ ଏଥିରେ ସାମିଲ । ଯୌତୁକ ଭାବରେ ଗହଣା, ଚାକର ଓ ଘର ଦିଆଯାଏ । କିନ୍ତୁ ସେମାନେ ସବୁକିଛି କାଗଜରେ ଲେଖି ଦିଅନ୍ତି, ସତରେ ନୁହେଁ । ଦୀର୍ଘ ଦିନ ଧରି ଏହି ପରମ୍ପରା ଚୀନର ଅନେକ ସ୍ଥାନରେ ପାଳନ କରାଯାଉଥିଲା ଏବଂ କେବଳ ମୃତ ଲୋକଙ୍କୁ ଏଥିରେ ସାମିଲ କରାଯାଉଥିଲା । କିନ୍ତୁ ଅନେକ ମାମଲା ଏପରି ସାମ୍ନାକୁ ଆସିଲା କି ଯେଉଁଥିରେ ଶବକୁ ଚୋରି କରାଗଲା ଓ କିଛି ଜୀବନ୍ତ ମହିଳାଙ୍କୁ ହତ୍ୟା କରାଗଲା । ଏପରିକି ଲୋକମାନେ ଟଙ୍କା ପାଇଁ ଝିଅଙ୍କ ହାଡ଼କୁ ନେଇ ବିକ୍ରି କରୁଥିବା ମାମଲା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.