fbpx

ଗୋପି ବୋହୂ ହୋଇ ଛୋଟ ପରଦାକୁ ଆସିବେ ଜିୟା! ଜାଣନ୍ତୁ କେବେ…

ଭୁବନେଶ୍ୱର: ଆପଣ ଟିଭିରେ ସିରିଏଲ୍ ବା ଧାରାବାହିକ ଦେଖିବାରେ ଆଗ୍ରହ ରଖିଛନ୍ତି କି! ତେବେ ‘ସାଥ୍ ନିଭାନା ସାଥୀୟା’ ହୁଏତ ଦେଖିଥିବେ । ଏଥିରେ ଦମଦାର ଅଭିନୟ କରିଥିବା ଜିୟା କିଛିଦିନ ହେଲା ଆଉ ପରଦାରେ ଦେଖାଦେଉନଥିଲେ । କିନ୍ତୁ ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗୋପି ବୋହୂ ହୋଇ ଆସିବେ ଜୟା । ପୂର୍ବ ଭଳି ଚମକ୍ ବଜାୟ ରଖିଥିବା ଜିୟା ମାନେକ ବିଷୟରେ ହିଁ ଆମେ କହୁଛୁ । ତେବେ ସେ ବିବାହ କରିବେ ବୋଲି ଭାବୁଛନ୍ତି କି! ବାସ୍ତବରେ ତାହା ନୁହେଁ, ଜିୟା ପୁଣି ଛୋଟ ପରଦାକୁ ଖୁବ୍ ଶୀଘ୍ର ଫେରୁଛନ୍ତି ଧାରାବାହିକ ‘ଗୋପି’ରେ । ସାଥ ନିଭାନା ସାଥୀୟାର ପ୍ରିକ୍ୱଲ୍ ବା ତୃତୀୟ ପାର୍ଟ ‘ଗୋପି’ରେ ଜିୟା ପୁଣି ତାଙ୍କ ଆକର୍ଷଣୀୟ ଢଙ୍ଗରେ ଦର୍ଶକଙ୍କୁ ବାନ୍ଧି ରଖିବେ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ।

ଗୋପିରେ ଜିୟାଙ୍କ ସମେତ ମୋହମ୍ମଦ ନାଜିମ, ବନ୍ଦନ ୱିଠଲାନି ଓ ରୁପଲ ପଟେଲଙ୍କୁ ନେବା ପାଇଁ ମଧ୍ୟ ନିର୍ମାତା ଯୋଗାଯୋଗ କରିଛନ୍ତି । ମୋହମ୍ମଦ ଏଥିରେ ଜିୟାଙ୍କ ପତି ଭୂମିକାରେ ରହିବେ ବୋଲି କୁହାଯାଉଛି । ଖାଲି ଏତିକି ନୁହେଁ, ଶୋ’ରେ ଉଭୟଙ୍କ ଜବରଦସ୍ତ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ । ନିଜ ମନର ମଣିଷକୁ ପାଇବା ପରେ କେମିତି ଗୋପି ବୋହୂର ଜୀବନରେ ପରିବର୍ତ୍ତନ ଆସୁଛି, ସେଭଳି କାହାଣୀ ଦେଖିବାକୁ ମିଳିବ ଶୋ’ରେ ।

ତେବେ ଶୋ’ରେ ଏଣ୍ଟ୍ରି ହେବା ନେଇ ଜିୟା ସିଧାସଳଖ କିଛି କହିନଥିଲେ ମଧ୍ୟ ତାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଥିବାବେଳେ ତାଙ୍କ ଭାଗ୍ୟରେ କଣ ଜୁଟୁଛି ତାହା ସମୟ ହିଁ କହିବ ବୋଲି ସେ କହିଛନ୍ତି । ଏଥିସହ ଖୁବ୍ ଶୀଘ୍ର ଖୁସି ଖବର ଜଣାଇବେ ବୋଲି କହିଛନ୍ତି ଜିୟା ।

Jia Manek Hot look #OdishaBhaskar

ସୂଚନାଯୋଗ୍ୟ ଯେ ୨୦୧୦ରେ ଆରମ୍ଭ ହୋଇଥିଲା ସାଥ୍ ନିଭାନା ସାଥୀୟା । ଖୁବ୍ ଲୋକପ୍ରିୟ ରହିଥିଲା ଟିଭି ପରଦାରେ ଚାଲିଥିବା ଦୀର୍ଘ ଅବଧିର ଏହି ଧାରାବାହିକ । ଖାଲି ଏତିକି ନୁହେଁ, ଏଥିରେ ଜିୟାଙ୍କୁ ଗୋପି ବୋହୂ ନାମରେ ଖୁବ୍ ସୁଖ୍ୟାତି ମିଳିଥିଲା । ଜଣେ ସରଳ ସଂସ୍କାରୀ ବୋହୂ ରୂପରେ ଜିୟା ଦୀର୍ଘବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ ।

 

View this post on Instagram

 

A post shared by Gia Manek (@gia_manek)

Get real time updates directly on you device, subscribe now.