fbpx

ପୂରା ବ୍ୟାକଂକକୁ ଦିଶୁଛି ନିର୍ମାଣ ହୋଇଥିବା ୨୩୦ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମନ୍ଦିର

ବ୍ୟାକଂକ: ଥାଇ ମନ୍ଦିର ତିଆରି କରିଛି ୨୦ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି । ଯାହାର ଉଚ୍ଚତା ୨୩୦ ଫୁଟ ହୋଇଥିବା ଜଣାପଡିଛି । ଯାହାକି ସମଗ୍ର ବ୍ୟାକଂକକୁ ଦୃଶ୍ୟମାନ ହେଉଛି । ଏହାର ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇସାରି ସୁଦ୍ଧା ଏହାକୁ ୨୦୨୨ ରେ ଖୋଲିବାକୁ ନିଷ୍ପତି ନିଆଯାଇଛି । କାରଣ ଏବେ କରୋନାଭାଇରସ୍ ମହାମାରୀ ପ୍ରକୋପ ଜାରି ରହିଥିବାରୁ ଏହାର ଉଦଘାଟନକୁ ଘୁଞ୍ଚାଇ ଦିଆଯାଇଛି । ଫ୍ରା ବୁଦ୍ଧ ଧାମକାୟା ଥିମ୍ପୋଙ୍ଗଖୋନ୍ ପ୍ରତିମୂର୍ତ୍ତି ବସିଥିବା ମୁଦ୍ରାରେ ତମ୍ବାରେ ତିଆରି ‌ହୋଇଛି ଏବଂ ଏହାକୁ ସୁନେଲି ରଙ୍ଗ ଦିଆଯାଇଛି ।

ତେବେ ୨୦ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ କାମ ୨୦୧୭ରେ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଏହା ଶେଷ ହୋଇଛି । କିନ୍ତୁ କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି ବୋଲି ମନ୍ଦିର ମୁଖପାତ୍ର ପିସାନ୍ ସାଙ୍ଗକାପିନିଜ୍ କହିଛନ୍ତି । ବ୍ୟାକଂକ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏହା ଚାଓ ଫ୍ରାୟା ନଦୀରୁ ପ୍ରବାହିତ କେନାଲ ଦ୍ୱାରା ସୃଷ୍ଟି ଏକ ଦ୍ୱୀପରେ ଅବସ୍ଥିତ ।

ଦାନ ହୋଇଥିବା ୧୬ ମିଲିୟନ୍ ଡଲାର ବ୍ୟବହାର କରି ମନ୍ଦିର ବୌଦ୍ଧ ଧର୍ମକୁ ସମ୍ମାନ ଦେବା ପାଇଁ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା ।ରାଜଧାନୀ ବ୍ୟାକଂକର ପ୍ରତି ଟି କୋଣ ଅନୁକୋଣକୁ ଏବଂ ସମସ୍ତ ଦିଗରୁ ଏହା ଦୃଶ୍ୟମାନ ହେବ ବୋଲି ପିସାନ୍ କହିଛନ୍ତି ।

Get real time updates directly on you device, subscribe now.