ଏକୁଟିଆ ଦେଖି ନାବାଳିକାଙ୍କୁ ଦୁଷ୍କର୍ମ କଲା ନାବାଳକ, ପାଟି କରିବାରୁ ଘେରିଗଲେ ଲୋକେ

୮ବର୍ଷୀୟାଙ୍କୁ ବଳାତ୍କାର କଲେ ୧୦ମ ଶ୍ରେଣୀ ଛାତ୍ର ।

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ଛାତ୍ର ତାଙ୍କ ଆଠ ବର୍ଷର ପଡ଼ୋଶୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।

ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ୧୭ ବର୍ଷୀୟ ଅଭିଯୁକ୍ତଙ୍କୁ ଅଟକ ରଖି ଏକ ଜୁଭେନାଇଲ୍ କୋର୍ଟରେ ହାଜର କରିଛି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ସ୍ଥାନୀୟ ଅଞ୍ଚଳର ପୋଲିସ ଅଧିକାରୀ ମୁକେଶ କୁମାର ଶାକ୍ୟ କହିଛନ୍ତି, ପଡ଼ୋଶୀରେ ରହୁଥିବା ଅଭିଯୁକ୍ତ ତାଙ୍କ ଘରେ ପଶି ତାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଶିଶୁଟି ଘରେ ଏକୁଟିଆ ରହିଥିବା ସମୟରେ ଏହି କାଣ୍ଡ ଭିଆଇଛି ନାବାଳକ ।

ଖବର ଅନୁସାରେ, ନାବାଳିକାର ଚିତ୍କାର ଶୁଣି ଲୋକେ ଦୌଡି ଆସିଥିଲେ । ଏହାପରେ ଲୋକେ ନାବାଳକକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ତେବେ ନାବାଳିକାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ସେ କହିଛନ୍ତି ଯେ ବାଳକ ବିରୁଦ୍ଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଯାହାକୁ ସୁଧାର ଗୃହକୁ ପଠାଯାଇଛି ।

ପୋଲିସ ନାବାଳିକାର ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ।