fbpx

ଘରକାମରେ ନାବାଳିକାକୁ ଖଟାଉଥିଲେ ପୂର୍ବତନ ଜିଲ୍ଲାପାଳ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେ ହେଉଛନ୍ତି ଜଣେ କର୍ମ ନିବୃତ୍ତ ପ୍ରଶାସନିକ ଅଧିକାରୀ । ଦିନେ ଲୋକଙ୍କୁ ସେ ଆଇନ ତଥା ନିୟମ କାନୁନ୍ର ବାଟ ଦେଖାଉଥିଲେ । କିନ୍ତୁ ଚାକିରିରୁ ଅବସର ପରେ ଭୁଲିଗଲେ ସବୁକିଛି । ଆଉ ନିଜଘର କାମ ପାଇଁ ରଖିଲେ ଜଣେ ଶିଶୁକନ୍ୟାକୁ । ତେବେ ଘଟଣା ଲୁଚି ରହିଲାନି । ସାଧାରଣରେ ଏହି ଘଟଣା ଜଣାପଡ଼ିିବା ପରେ ତାଙ୍କ ନାଁରେ ହୋଇଥିଲା ଅଭିଯୋଗ । ଆଉ ଅଭିଯୋଗ ପାଇବା ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯିବା ସହ ଚାଲିଛି ତନାଘନା ।

ଭୁବନେଶ୍ୱର ଆଇଆରସି ଭିଲେଜ୍ ଅଞ୍ଚଳରୁ ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି । ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରେ ସେ କାମ କରୁଥିବାବେଳେ ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ଘରୋଇ କାମ ପାଇଁ ୧୨ବର୍ଷୀୟା ନାବାଳିକାଙ୍କୁ ବ୍ରହ୍ମପୁରରୁ ଅଣାଯାଇଥିଲା । ନାବାଳିକାର ବାପା ଜଣେ ରିକ୍ସା ଚାଳକ ଏବଂ ମା’ ଘରୋଇ ସହାୟିକା ଭାବେ କାମ କରନ୍ତି । ଖବର ପାଇ ପୋଲିସ୍ ସହାୟତାରେ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ ।

Child Labour rescue in IRC Village BBSR #OdishaBhaskar

 

Get real time updates directly on you device, subscribe now.