fbpx

(Video) ଯୁବକ ଓ ଯୁବତୀଙ୍କୁ ଛୁରୀ ଦେଖାଇ ପାହାଡ଼ ଉପରକୁ ଟେକିନେଲେ: ଜବରଦସ୍ତ କଲେ ଅଶ୍ଲୀଳ ଭିଡିଓ ଶୁଟ୍, କହିଲେ ୫୦ ହଜାର ଦିଅ ନଚେତ୍ ଭାଇରାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଯୁବକ ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଶୁଟ୍ କରି ପରବର୍ତ୍ତୀ ସମୟରେ ବ୍ଲାକମେଲ କରାଯିବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ଅଶ୍ଲୀଳ ଭିଡିଓ ସୁଟି କରିବାକୁ ବାଧ୍ୟ କରିବା ଓ ବ୍ଲାକମେଲ କରିବା କିଛି ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ ଜୟପୁର ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି ।

ତେବେ ରିପୋର୍ଟ ମୁତାବକ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀ ଏକ ମନ୍ଦିର ନିକଟରେ ରାସ୍ତାରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିଲେ । ତେବେ ଏହି ସମୟରେ ୨ ଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରି ପାହାଡ଼ ଉପରକୁ ନେଇଯାଇଥିଲେ । ପୂର୍ବରୁ ପାହାଡ଼ ଉପରେ କିଛି ଯୁବକ ଲୁଚି ରହିଥିଲେ । ତେବେ ଉକ୍ତ ଅସାମାଜିକ ବ୍ୟକ୍ତିମାନେ ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ଶୁଟ୍ ପାଇଁ ବାଧ୍ୟ କରିଥିଲେ । ଏପରିକି ଉକ୍ତ ଭିଡିଓ ସୁଟିଂ କରି ୫୦ ହଜାର ଟଙ୍କା ଦେବାକୁ ବ୍ଲାକମେଲ କରିଥିଲେ । ବାଧ୍ୟହୋଇ ଯୁବକ ଓ ଯୁବତୀ ନିଜର ଟଙ୍କା ଓ ମୋବାଇଲ ଦେଇ ଘରକୁ ଫେରିଥିଲେ ।

ତେବେ ଏହାପରେ ଯୁବକ ଓ ଯୁବତୀ ଦୁହେଁ ପୋଲିସରେ ଏନେଇ ଅଭିଯୋଗ କରିଥିଲେ । ଉକ୍ତ ଅସାମାଜିକ ଯୁବକମାନଙ୍କୁ ଏହି ଯୁବକ ଓ ଯୁବତୀ ପୂର୍ବରୁ ବାକି ଥିବା ଟଙ୍କା ଫେରାଇବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା । ପୋଲିସ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଛୁରୀ, ଏକ ଗାଡ଼ି ଓ ୭ ହଜାର ଟଙ୍କା ଜବତ କରିଥିଲା । ଏନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଜୟପୁର ଏସଡିପିଓ ଅଭିଷେକ ବେହେରା ।

Get real time updates directly on you device, subscribe now.