fbpx

ୟୁନିଭରସିଟି କ୍ୟାମ୍ପସକୁ ଗାର୍ଲଫ୍ରେଣ୍ଡ ନେଇ ଆସିବା ବାଧ୍ୟତାମୂଳକ ବୋଲି ଜାରି ହୋଇଥିଲା ଲେଟର, ଜାଣନ୍ତୁ ତା’ପରେ କ’ଣ ହେଲା

କଲେଜ ଲାଇଫରେ ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ଏକ ମାମୁଲି କଥା । ତେବେ କଲେଜ କ୍ୟାମ୍ପସକୁ ଆସିବାକୁ ହେଲେ ଗାର୍ଲଫ୍ରେଣ୍ଡକୁ ସାଙ୍ଗରେ ନେଇ ଆସିବାକୁ ପଡ଼ିବ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚଣ୍ଡିଗଡ଼ ୟୁନିଭରସିଟି ପକ୍ଷରୁ ଏକ ଲେଟର ଜାରି କରାଯାଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚା ହୋଇଥିଲା । ଏହି ନିୟମ ନ ମାନିଲେ ଦଣ୍ଡ ବିଧାନ କରାଯିବା ସହିତ ଜରିମାନା ଆଦାୟ କରାଯିବ ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା । ଏ ବିଷୟରେ ଶୁଣିବା ପରେ ୟୁନିଭରସିଟିର ସମସ୍ତ ଛାତ୍ରଛାତ୍ରୀ ହତବାକ୍ ହୋଇଯାଇଥିଲେ । ତେବେ ୟୁନିଭରସିଟି କର୍ତ୍ତୃପକ୍ଷ ଏ ବିଷୟରେ ଅବଗତ ହେବା ପରେ ଘଟଣାର ଯାଞ୍ଚ କରିବା ସହ ଏହା ଏକ ଫେକ୍ ଖବର ବୋଲି ସ୍ପଷ୍ଟ କରିଥିଲେ ।

ୟୁନିଭରସିଟିର ଜଣେ ଛାତ୍ର ନକଲି ଲେଟର ଟାଇପ୍ କରି ସୋସିଆଲ ମିଡ଼ିଆରେ ତାହା ସେୟାର କରିଦେଇଥିଲା । ମ୍ୟାନେଜମେଣ୍ଟ ଏନେଇ ଅବଗତ ହେବା ପରେ ତୁରନ୍ତ ଉକ୍ତ ଛାତ୍ରକୁ ୟୁନିଭରସିଟିରୁ ବାହାର କରିଦେଇଥିଲା । ତେବେ ଛାତ୍ର ଜଣକ ଚିଠିରେ ଲେଖିଥିଲେ ଯେ, ନିୟମ ନ ମାନିଲେ ଏକ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ । ଏଥିସହ ପ୍ରତ୍ୟେକ ଛାତ୍ରଙ୍କୁ କେବଳ ଜଣେ ଗାର୍ଲଫ୍ରେଣ୍ଡ ରଖିବାର ଅନୁମତି ଦିଆଯିବ । ତେବେ ସମ୍ପୃକ୍ତ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ଏହି କୁକାର୍ଯ୍ୟ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା, ତାହା ଜଣାପଡ଼ିନଥିଲା ।

Get real time updates directly on you device, subscribe now.