fbpx

କଙ୍କାଳ ପଛର ରହସ୍ୟ: ଲଭ୍‌… ସେକ୍ସ… ଧୋକା, ଜାଣନ୍ତୁ ପୂରା ଘଟଣା

ଭୁବନେଶ୍ଵର: ଜଙ୍ଗଲରୁ ମିଳିଲା କଙ୍କାଳ। କିନ୍ତୁ ଆତ୍ମହତ୍ୟା ସନ୍ଦେହ ଦୂର ହୋଇ ଜଣାପଡ଼ିଛି ସାଂଘାତିକ ତଥ୍ୟ। ଇଲୁ ଇଲୁ… ଭିତରେ ଆଉ ଜଣଙ୍କ ହାତ ଧରିବାରୁ ସହିପାରିଲେନି ପ୍ରେମିକା। ଭଉଣୀ ସହ ମିଶି ବଡ଼ ଚତୁରତାର ସହ ମାରିଦେଲେ। ଏହି ଘଟଣା ପ୍ରଘଟ ପରେ ସବୁଠି ଚର୍ଚ୍ଚା ଯେ- ମତେ ଛାଡ଼ି ତାକୁ… ଯା’ ମ…

ହଁ, କାହାଣୀ ଭଳି ଲାଗୁଥିବା କଥା ସତ୍ୟ। ଚତୁର୍ଥୀ ରାତି ସରିବା ପରେ ପରେ ଜଣେ ଯୁବକ ନିଖୋଜ ହୋଇଗଲେ। ଆଉ ଗତ ମେ ୨୪ ରେ ଜଙ୍ଗଲରୁ ମିଳିଥିଲା ତାଙ୍କ କଙ୍କାଳ। ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଥିଲା। କିନ୍ତୁ ଏବେ ଜଣାପଡ଼ିଛି ଗୁମର। ସୂଚନା ଅନୁସାରେ ଯୁବକ ଜଣଙ୍କ ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଉ ଜଣକୁ ବିବାହ କରିବା ପରେ ପୂର୍ବ ପ୍ରେମିକା ସହିପାରିଲେନି। ରଚିଥିଲେ ଷଡ଼ଯନ୍ତ୍ର। ମେ ୧୬ ରେ ପ୍ରେମିକକୁ ଦେଖାକରିବାକୁ ଚାହୁଛନ୍ତି ବୋଲି ଡାକିଥିଲେ । କୌଶଳରେ ସେଠାରେ ତାଙ୍କ ସହ ମଜା କରିବେ ବୋଲି କହି ନିଜ ଭଉଣୀ ସହ ମିଶି ଯୁବକଙ୍କୁ କରିଥିଲେ ହତ୍ୟା। ପଥରରେ ଛେଚି ହତ୍ୟା କରିବା ପରେ ଖସି ଯାଇଥିଲେ ଦୁଇ ଭଉଣୀ।

ମଧ୍ୟପ୍ରଦେଶ ଜବଲପୁରରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିବାବେଳେ ଏଏସପି ଶିବ ସିଂହ ବାଗେଲ କହିଛନ୍ତି ଯେ  ମେ ୨୪ରେ ହରଗଡ଼ ଜଙ୍ଗଲରେ କଙ୍କାଳ ମିଳିଥିଲା । କିଛି ଦୂରରେ ଏକ ବାଇକ୍ ମଧ୍ୟ ଦେଖିବାକୁ ମିଳିଥିଲା । ବାଇକ୍ ନମ୍ବରରୁ ମୃତକ ସିହୋରାର ବାସିନ୍ଦା ସୋନୁ ପଟେଲ ଏବଂ ସେ ମେ ୧୨ ରେ ବିବାହ କରିଥିଲେ ବୋଲି ଜଣାପଡ଼ିଥିଲା ।  ତେବେ ବିବାହ କରିବାର ୪ ଦିନ ପରେ ହଠାତ୍‌ ସେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ କରିଥିଲେ ଅଭିଯୋଗ। ସମ୍ପ୍ରତି ଦୁଇ ଭଉଣୀଙ୍କୁ ଡାକି ପୋଲିସ୍‌ ତନାଘନା ଚଳାଇଥିବାବେଳେ ସେମାନେ ନିଜ ଦୋଷ ମାନି ନେଇଥିବା ଜଣାପଡ଼ିଛି।

Get real time updates directly on you device, subscribe now.