fbpx

ଝାଉଁବଣରେ ପୁରୁଷ ବନ୍ଧୁଙ୍କ ସହିତ ଗପୁଥିଲେ ଯୁବତୀ: ମାଡି ଆସିଲେ ୩ ଯୁବକ ଆଉ କଲେ ଏମିତି ହଇରାଣ ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆମେ ଏକ ବିଂଶ ଶତାବ୍ଦୀରେ ପାଦ ଦେଇଛେ, ତଥାପି ମଣିଷ ନିଜର ରୁଢିବାଦୀ ଚିନ୍ତାଧାରାରୁ ବାହାରି ପାରୁନାହିଁ । ଏମିତି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ । ନିଜର ପୁରୁଷ ବନ୍ଧୁଙ୍କ ସହିତ କଥା ହେଉଥିବା ବେଳେ ଅସାମାଜିକ ଯୁବକଙ୍କ ରୋଷର ଶିକାର ହୋଇଛନ୍ତି ଦୁଇ ଯୁବତୀ । ଦୁଇ ଯୁବତୀ ନିଜର ପୁରୁଷ ବନ୍ଧୁଙ୍କ ସହିତ ନଦୀ ପଠା ନିକଟରେ ଥିବା ଝାଉଁ ବଣରେ ଗପୁଥିବା ବେଳେ କିଛି ଅସାମାଜିକ ତତ୍ତ୍ୱ ସେଠାରେ ପହଞ୍ôଚ ଏହାର ଭିଡିଓ ଉତ୍ତୋଳନ କରିଥିଲେ ।

ଏହି ଭିଡିଓକୁ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ ଯୁବକ । ଏପରିକି ୩ ଜଣଙ୍କୁ ହାତ ଉଠାଇ ମାଡ ମଧ୍ୟ ମାରିଥିଲେ । ଏହା ସହିତ ଏମିତି ଅଶ୍ରାବ୍ୟ ଭାଷା ବ୍ୟବହାର କରିଥିଲେ ଯାହା କାନ ଶୁଣିବ ନାହିଁ । ଦୁଇ ଯୁବତୀ ଯୁବକଙ୍କ ଗୋଡ ଧରି ଛାଡିବାକୁ ଅନୁରୋଧ କରିଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ ଯୁବକ । ଏହି ଅସାମାଜିକ ଯୁବକଙ୍କମ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି । ଏହା ସହିତ ପୋଲିସର ନିଷ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.