ଫୋନରେ କଥା ହେଉଥିବା ପ୍ରେମିକ ହାତରେ ଧରାଇଲେ ସାପ, ଦେଖନ୍ତୁ ଭାଇରାଲ ଭିଡିଓ

0 638

ଲକଡାଉନରେ ଆମେରିକୀୟ ସିଙ୍ଗର ଜୈସନ ଡେରୁଲାଙ୍କ ଏକ ଟିକ୍-ଟକ୍ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ମାତ୍ରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜୈସନ ସୋଫାରେ ଶୋଇକରି ଫୋନରେ କଥା ହେଉଥିବା ବେଳେ ପ୍ରେମିକା ଜେନା ତାଙ୍କ ହାତରେ ଏକ ସାପ ଧରାଇଥିଲେ । ଏହାପରେ ଜୈସନଙ୍କ ପ୍ରତିକ୍ରିୟା ଦେଖି ଲୋକାମାନେ ହସି ହସି ବେଦମ ହେବାରେ ଲାଗିଛନ୍ତି । ତାଙ୍କ ପ୍ରେମିକାଙ୍କୁ ମଧ୍ୟ ଏହି ପ୍ରାଙ୍କ ଖୁବ୍ ପସନ୍ଦ ଆସିଛି । ତେବେ ଭିଡିଓରେ ଲେଖାଯାଇଛି ଯେ, ଲୋକାମନେ କଥା ହେବା ବେଳେ ଯଦି ତାଙ୍କୁ କିଛି ଜିନିଷ ଦିଆଯାଏ ସେମାନେ ନଦେଖି ତାକୁ ଧରିପକାନ୍ତି । ଏହି କଥାର ପ୍ରମାଣ ସେ ନିଜ ପ୍ରେମିକ ଗୈସନଙ୍କ ଉପରେ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୨୧ ମିଲିୟନ ଲୋକ ଦେଖିସାରିଛନ୍ତି । ଏହା ସହିତ ୩ ମିଲିୟନ ଲାଇକ୍ ଓ ୭ ହଜାରକୁ ଅଧିକ କମେଣ୍ଟ ମଧ୍ୟ ମିଳିସାରିଛି ।

 

Leave A Reply

Your email address will not be published.