fbpx

ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିୟର: ଭାସିଗଲେ ୫୦ରୁ ଅଧିକ ଶ୍ରମିକ

ଉତ୍ତରାଖଣ୍ଡ, ୭ା୨: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗ୍ଲାସିୟର ଭାଙ୍ଗିଯିବା ଫଳରେ ଭୟଙ୍କର ପ୍ରଳୟ ସୃଷ୍ଟି ହୋଇଛି । ଜିଲ୍ଲାର ରେନି ଗ୍ରାମ ନିକଟରେ ଗ୍ଲାସିୟର ଭାଙ୍ଗିଯିବା ଦ୍ୱାରା ବହୁ ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ଜଣାପଡ଼ିଛି ।

ଏହି ଘଟଣା ଫଳରେ ଉକ୍ତ ଅଞ୍ଚଳରେ ଚାଲୁ ରହିଥିବା ଋଷି ଗଙ୍ଗା ପ୍ରୋଜେକ୍ଟର ବହୁତ କ୍ଷତି ଘଟିଛି । ସେଠାରେ କାର୍ଯ୍ୟ କରୁଥିବା ୫୦ରୁ ଅଧିକ ଶ୍ରମିକ ବର୍ତ୍ତମାନ ନିଖୋଜ ଥିବା ସୂଚନା ମିଳିଛି । ତେବେ ସମସ୍ତ ଶ୍ରମିକ ଭାସିଯାଇଥିବା ଅନୁମାନ କରାଯାଉଛି । ଏନେଇ ଯୋଶୀମଠ, ଶ୍ରୀନଗର ଆଦି ଅଞ୍ଚଳ ପର୍ଯ୍ୟନ୍ତ ହାଇ ଆଲର୍ଟ କରାଯାଇଛି । ସମଗ୍ର ନଦୀ ଆବର୍ଜନାରେ ପରିଣତ ହୋଇଥିବା ବେଳେ ଏନଟିପିସି ଓ ୠଷିଗଙ୍ଗା ପ୍ରୋଜେକ୍ଟ ନଷ୍ଟ ହୋଇଯାଇଛି । ତେବେ ଉଦ୍ଧାର ପାଇଁ ଆଇଟିବିପି, ଏସଡିଆରଏମ ଓ ସେନାର କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ କ୍ଷୟକ୍ଷତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ଏହି ଦୁର୍ଘଟଣା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ହେଲପ ଲାଇନ ନମ୍ବର ଜାରି କରିଛନ୍ତି । ଏଥିସହ ସ୍ଥିତି ନିୟନ୍ତ୍ରଣ ପାଇଁ ସେ ଜିଲ୍ଲା ପ୍ରଶାସନ, ପୋଲିସ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.