fbpx

ଯୁବକ ଅନଲାଇନରେ ଅର୍ଡର କଲେ Pizza, ବାହାରିଲା କାଚ ଖଣ୍ଡ: ପୋଲିସ କହିଲା କଷ୍ଟମର କେୟାରକୁ ଯାଅ, କମ୍ପାନୀ ଚୁପ୍

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଅନଲାଇନରେ ଖାଦ୍ୟ ଅର୍ଡର କରିବାକୁ ଭଲ ପାଆନ୍ତି । ତେବେ ଅନେକ ସମୟରେ ଅର୍ଡର କରାଯାଇଥାଏ କିଛି, ଆସିଥାଏ ଆଉ କିଛି । ବେଳେବେଳେ ଖାଦ୍ୟରୁ କିଛି ଅସନା ପଦାର୍ଥ, ଜୀବଜନ୍ତୁଙ୍କ ମୃତଦେହ ଦେଖିବାକୁ ମିଳିଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଏନେଇ ଖାଦ୍ୟ ବିତରଣ କମ୍ପାନୀ ଡୋମିନୋଜ ବିରୋଧରେ ଅଭିଯୋଗ ଦାୟର କରାଯାଇଛି ।

ସୂଚନା ମୁତାବକ, ମୁମ୍ବାଇର ଅରୁଣ କୋଲ୍ଲୁରୀ ନାମକ ଜଣେ ବ୍ୟକ୍ତି ଡୋମିନୋଜ କମ୍ପାନୀରୁ ପିଜ୍ଜା ଅର୍ଡର କରିଥିଲେ । ତେବେ ତାଙ୍କ ପିଜ୍ଜାରୁ କାଚଖଣ୍ଡ ବାହାରିଥିଲା । କାଚଖଣ୍ଡ ମିଳିଥିବା ପିଜ୍ଜାର ଫଟୋକୁ ସେ ଟ୍ୱିଟରରେ ଶେୟାର କରିବା ସହ କମ୍ପାନୀ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପିଜ୍ଜାରେ ୨-୩ଟି କାଚଖଣ୍ଡ ରହିଥିବା ଅରୁଣ ଉଲ୍ଲେଖ କରିଛନ୍ତି ।

ଅରୁଣ ଫୁଡ୍ ଡେଲିଭରି ଆପରେ ପିଜ୍ଜା ଅର୍ଡର କରିଥିଲେ । ଏହି ଘଟଣାରେ ଅରୁଣ ମୁମ୍ବାଇ ପୋଲିସରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପ୍ରଥମେ କଷ୍ଟମର କେୟାରରେ ଅଭିଯୋଗ କରିବାକୁ ପୋଲିସ କହିଥିଲା । ବର୍ତ୍ତମାନ ସୁଦ୍ଧା ଡୋମିନୋଜ ପିଜ୍ଜା ଟ୍ୱିଟର ୟୁଜର୍ସଙ୍କ ଅଭିଯୋଗର ଜବାବ ଦେଇନଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଡୋମିନୋଜ ପିଜ୍ଜାକୁ ନେଇ ସୋସିଆଲ ମିଡ଼ିଆରେ କିଛି କାରନାମା ଦେଖିବାକୁ ମିଳିଥିଲା । ଗତ ଜୁଲାଇରେ ବେଙ୍ଗାଲୁରୁର ଏକ ପିଜ୍ଜା ପ୍ରସ୍ତୁତି କେନ୍ଦ୍ରର ଅବହେଳିତ ଫଟୋ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.