କମ୍ ବଜେଟ୍‌ରେ ସପରିବାରେ ବୁଲି ପାରିବେ ଗୋଆ; ଜାଣନ୍ତୁ କେବେଠାରୁ ଆରମ୍ଭ ବୁକିଂ

ପ୍ୟାକେଜ ୩୪,୮୦୦ ଟଙ୍କାରୁ ଆରମ୍ଭ ହେଉଛି। କିନ୍ତୁ ଯଦି ଆପଣ ଏକାଧିକ ଲୋକ ଯାଆନ୍ତି, ତେବେ ଖର୍ଚ୍ଚ କମିଯାଏ

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି। ଆଉ କିଛି ଦିନ ପରେ ପଡ଼ିବ ଖରା ଛୁଟି। ସ୍କୁଲ ଓ କଲେଜ ପରି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ହେବ। ଏପରି ସମୟରେ ଗରମରୁ ତ୍ରାହୀ ଓ ଛୁଟିର ମଜା ଉଠାଇବା ପାଇଁ ପରିବାର ସହ ରାଜ୍ୟ ବାହାରକୁ ଯିବା ପାଇଁ ପ୍ଲାନ କରୁଛନ୍ତି କି? ତାହାହେଲେ ଯାଆନ୍ତୁ ଗୋଆ। ଏଥିପାଇଁ IRCTC ଆଣିଛି ଜବରଦସ୍ତ ଟୁର୍ ପ୍ଲାନ।

ଗୋଆ ପରି ସୁନ୍ଦର ଓ ଲୋକପ୍ରିୟ ଗନ୍ତବ୍ୟସ୍ଥଳୀକୁ ଯିବା ପାଇଁ ସାଧାରଣତଃ ଅଧିକ ଖର୍ଚ୍ଚ ହୋଇଥାଏ। କିନ୍ତୁ ଏହି ନୂତନ ପ୍ୟାକେଜ୍ ମାଧ୍ୟମରେ ଏବେ ଆପଣ କମ୍ ଟଙ୍କାରେ ବିଚ୍‌, ନାଇଟ୍‌ଲାଇଫ୍ ଏବଂ ଆଡଭେଞ୍ଚର୍‌ର ପୂରା ଆନନ୍ଦ ଉଠାଇପାରିବେ। IRCTCର ଏହି ପ୍ୟାକେଜ୍ କେବଳ ଶସ୍ତା ନୁହେଁ, ଏଥିରେ ଯାତ୍ରା, ରହିବା ଓ ଖାଦ୍ୟ ଭଳି ଅନେକ ସୁବିଧା ମଧ୍ୟ ରହିଛି। ଯାହା ଦ୍ୱାରା ଯାତ୍ରୀମାନେ ଅଲଗା ଭାବେ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ।

IRCTC ନେଇଆସିଛି ଗୋଆର ଦର୍ଶନୀୟ ପ୍ୟାକେଜ

IRCTC ପ୍ରତି କିଛି ଦିନ ପରେ ଏମିତି ଭଲ ଟୁର୍ ପ୍ୟାକେଜ୍ ନେଇଆସିଥାଏ। ଯାହାର ବିଶେଷତଃ ହେଉଛି କମ୍ ବଜେଟ୍‌ରେ ଲୋକଙ୍କୁ ବୁଲିବାର ମଜା ଦେବା। ଏଥର IRCTC ଗୋଆ ପାଇଁ ଏକ ଦମଦାର ପ୍ୟାକେଜ୍ ଆଣିଛି। ଏହାର ଆରମ୍ଭ ତିରୁନେଲଭେଲି, ବିରୁଧୁନଗର, ମଦୁରାଇ, ଡିଣ୍ଡିଗୁଲ, କରୁର ଓ ଧର୍ମପୁରୀରୁ ହେଉଛି। ପ୍ୟାକେଜ୍‌ର ନାମ “TIRUNELVELI – GOA CHARTER COACH TOUR”। ଆପଣ ଗୁଗୁଲରେ ଏହାକୁ ସର୍ଚ୍ଚ କରି ଅଧିକ ସୂଚନା ପାଇପାରିବେ। ଏହି ପ୍ୟାକେଜ୍‌କୁ ଆପଣ ୧ ମଇ ପୂର୍ବରୁ ବୁକ କରିପାରିବେ।
ପ୍ୟାକେଜର ବଜେଟ କେତେ?

ପ୍ୟାକେଜ ୩୪,୮୦୦ ଟଙ୍କାରୁ ଆରମ୍ଭ ହେଉଛି। କିନ୍ତୁ ଯଦି ଆପଣ ଏକାଧିକ ଲୋକ ଯାଆନ୍ତି, ତେବେ ଖର୍ଚ୍ଚ କମିଯାଏ। ଯେପରିକି ୨ ଜଣଙ୍କ ପାଇଁ ୨୭,୧୦୦ ଟଙ୍କା ହେଉଛି। ୩ ଜଣଙ୍କ ପାଇଁ ଏହା ୨୬,୩୦୦ ଟଙ୍କା ହେଉଛି। ଶିଶୁମାନଙ୍କ ପାଇଁ ପ୍ୟାକେଜର ଶୁଳ୍କ ୨୧,୮୦୦ ଟଙ୍କା ଅଛି। ଯଦି ଆପଣ ଏହି ପ୍ୟାକେଜ୍‌କୁ ବୁକ୍ କରିବାକୁ ଚାହାଁନ୍ତି, ତେବେ ଭାରତୀୟ ରେଲ୍‌ର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ବୁକ୍ କରିପାରିବେ। ଏହା ୬ ରାତି ଓ ୭ ଦିନର ପ୍ୟାକେଜ୍‌, ଯାହାରେ ଇନ୍‌ସୁରେନ୍ସ୍ ମଧ୍ୟ ସମ୍ମିଳିତ ଅଛି।