fbpx

ଜନ୍ମହେଲା ୮ ଗୋଡ଼ ଥିବା ଛେଳି, ଦେଖିବାକୁ ଜମିଲା ଲୋକଙ୍କ ଭିଡ଼

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ୪ ନୁହେଁ ବରଂ ୮ ଗୋଡ ଥିବା ଛେଳି ଜନ୍ମ ହୋଇଛି । ଏଭଳି ଅଦ୍ଭୁଦ ଛେଳିର ଜନ୍ମ ହେବାର ଖବର ଶୁଣିବା ପରେ ତାକୁ ଦେଖିବା ପାଇଁ ଗାଁଲୋକଙ୍କ ଭିଡ଼ ଜମିଛି । ଛେଳିର ୮ଟି ଗୋଡ କିପରି ହୋଇପାରିବ ଭାବି ଲୋକମାନେ ବି ଆଶ୍ଚର୍ଯ୍ୟ ହେଉଛନ୍ତି ।

ତେବେ କାଳମେଘାର ବାସିନ୍ଦା ସରସ୍ୱତୀ ମଣ୍ଡଳଙ୍କ ଛେଳି ୨ଟି ଛୁଆକୁ ଜନ୍ମ ଦେଇଥିଲା । ଜଣେ ସାଧାରଣ ଥିବା ବେଳେ ତାର ୪ ଟି ଗୋଡ଼ ରହିଛି । କିନ୍ତୁ ଦ୍ୱିତୀୟ ଛେଳି ଛୁଆର ୮ଟି ଗୋଡ ରହିଛି । ଯେବେ ସରସ୍ୱତୀ ଏହି ଅଜବ ଛେଳିଛୁଆକୁ ଦେଖିଲେ, ସେ ବି ଡରିଯାଇଥିଲେ । ଏପରି ଛେଳିଛୁଆ ଜନ୍ମ ହେବା ତାଙ୍କ ପାଇଁ ପ୍ରଥମ ଘଟଣା ଥିବାର ଡରିବା ତ ସ୍ୱାଭାବିକ ।

Get real time updates directly on you device, subscribe now.