fbpx

ଲକ୍‌ଡାଉନ୍‌ ସମୟରେ ମାତିଲେ ଛେଳିଚୋରୀ ଗ୍ୟାଙ୍ଗ: ଅଧରାତ୍ରରେ ଗୁହାଳ ପଶି କରୁୁଛନ୍ତି ଚୋରୀ, ଚିନ୍ତାରେ ଗରିବ ଚାଷୀ

ନିମାପଡା (ଓଡ଼ିଶା ଭାସ୍କର): ନିମାପଡା ବ୍ଲକ ଚଅଁରପଦା ପଞ୍ଚାୟତରେ ମାତିଛନ୍ତି ଛେଳି ଚୋରୀ ରାକେଟ । ଶତାଧିକ ଛେଳି ଚୋରି ହୋଇଥିବା ବେଳେ ଗରିବ ମାନେ ବାରମ୍ବାର ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରୁଥିବାରୁ ବେଳକୁ ବେଳ ଛେଳିଚୋରି ବଢିବାରେ ଲାଗିଛି ।
ଗରିବମାନେ ଖରାତରାରେ ଖଟି ଦୁଇ ପଇସା ପାଇବା ପାଇଁ ଛେଳିମାନଙ୍କୁ ପାଳି ବଡ କଲା ପରେ ରାକେଟ୍‌ ଦ୍ୱାରା ଛେଳି ଚୋରି ହୋଇଯାଉଥିବାରୁ ସମସ୍ୟାରେ ଛେଳି ଚାଷୀମାନେରହିଛନ୍ତି ।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ଥାନା ଶେଉଳସାହିର ଦ୍ୱିଜବର ଭୋଇଙ୍କ ୨୦ଟି ଛେଳି, ନରେନ୍ଦ୍ର ବେହେରାଙ୍କ ୪ଟି,  ରଶ୍ମିରଞ୍ଜନ ଦାସଙ୍କ ୧୦ଟି ଏହିରି
ଶତାଧିକ ଛେଳିକୁ ରାକେଟ୍‌ ଅଧରାତ୍ରରେ ଗୁହାଳ ଘରୁ ଚୋରେଇ ନେଉଥିବାରୁ ଗରିବମାନେ ସେମାନଙ୍କର ଜୀବିକା ହରାଉଛନ୍ତି । ବହୁବାର ଏ ସମ୍ପର୍କରେ ନିମାପଡା
ଥାନାରେ ଅଭିଯୋଗ ହୋଇଛି । ମାତ୍ର ଘଟଣାକୁ ପୋଲିସ ସେହିପରି ଗୁରୁତ୍ୱ ଦେଉନଥିବାରୁ ରାକେଟ୍‌ ଛେଳି ଚୋରି କରିବାକୁ ନିରାପଦ ମଣୁଛନ୍ତି । ଦୀର୍ଘ ଦିନ ହେବ ଛେଳି ଚୋରି  ରାକେଟ ନିମାପଡା ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି । ଛେଳି ଚୋରି କରି ସ୍ଥାନୀୟ କେତେକ ମୁସିଲିମ୍‌ ଲୋକଙ୍କୁ ବିକ୍ରି କରୁଥିବା ବିଶେଷ ଅନୁସନ୍ଧାନରୁଜଣାପଡିଛି ।

ଲକ୍‌ଡାଊନ୍‌ ସମୟରେ ଛେଳିଚୋରି ରାକେଟଙ୍କର ଏହି ବ୍ୟବସାୟ ଚାଲିଛି । ଏହି ଘଟଣା ପ୍ରତି ପୋଲିସ ଉପଖଣ୍ଡ ଅଧିକାରୀ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ
ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.