fbpx

୧୩ ଦିନ ପରେ ନୀରଜ ଚୋପ୍ରା କଲେ ପ୍ରଥମ ଟୁଇଟ୍, ଏପରି ଜାହିର୍ କଲେ ପଦକ ହାସଲ କରିବାର ଖୁସି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜାଭଲିନ୍ ଥ୍ରୋ ଖିଲାଡି ନୀରଜ ଚୋପ୍ରା ୧୩ ଦିନ ପରେ ପ୍ରଥମ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ନୀରଜ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜୁଲାଇ ୨୬ ପରେ ଏହା ନୀରଜଙ୍କ ପ୍ରଥମ ଟୁଇଟ୍ । ନୀରଜ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ଏହି ଭାବନାକୁ ମୁଁ ଏବେ ଅନୁଭବ କରୁଛି। ଆପଣଙ୍କର ସମର୍ଥନ ଏବଂ ଆଶୀର୍ବାଦ ପାଇଁ ବହୁତ ଧନ୍ୟବାଦ । ଯାହା ମୋତେ ଏହି ସଫଳତା ପାଖରେ ପହଞ୍ଚିବାରେ ସାହାଯ୍ୟ କରିଛି । ଏହି ମୁହୂର୍ତ୍ତ ସବୁବେଳେ ମୋ ସହିତ ରହିବ” ।

ଅଲିମ୍ପିକ୍ ରେ ଇତିହାସ ରଚିଥିବା ନୀରଜ ନିଜର ସଫଳତା ବିଗୁଲ ଅନେକ ପୂର୍ବରୁ ବଜାଇସାରିଥିଲେ । ୨୦୧୭ରେ ଏକ ଟୁଇଟ୍ କରି ଲେଖିଥିଲେ ଯେ, “ଯେତେବେଳେ ସଫଳତାର ଇଚ୍ଛା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ … ଯେତେବେଳେ କଠିନ ପରିଶ୍ରମ ଠାରୁ ଆଉ କିଛି ଭଲ ଲାଗେ ନାହିଁ… ଯେତେବେଳେ ଆପଣ ନିରନ୍ତର କାମ କରିବା ପରେ କ୍ଳାନ୍ତ ହେବେ ନାହିଁ… ବୁଝିନିଅନ୍ତୁ ଯେ, ସଫଳତାର ନୂଆ ଇତିହାସ ରଚିବାକୁ ଯାଉଛନ୍ତି” । ନୀରଜ ଏହି ଟୁଇଟ୍ କୁ ଆଜି ପର୍ଯ୍ୟନ୍ତ ପିନ୍ କରି ରଖିଛନ୍ତି ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ ରେ ୮୭.୫୮ ମିଟର୍ ଦୂରକୁ ଜାଭଲିନ୍ ଫିଙ୍ଗି ଇତିହାସ ରଚିଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ହିଁ ସେ ୮୭.୦୩ ମିଟର୍ ଜାଭଲିନ୍ ଫିଙ୍ଗି ଆଗରେ ରହିଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର୍ ଦୂରକୁ ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ ।

Get real time updates directly on you device, subscribe now.