fbpx

ନବରାତ୍ରୀ ପୂର୍ବରୁ ୫୦ ହଜାର ତଳକୁ ଆସିଲା ସୁନା ଦର : ଜାଣନ୍ତୁ କଣ ରହିଛି ନୂଆ ରେଟ୍

ନୂଆଦିଲ୍ଲୀ; ବର୍ତ୍ତମାନ ଦେଶରେ ନବରାତ୍ରୀ ଚାଲିଥିବା ବେଳେ ସୁନା ଓ ରୂପା ଦର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଉଛି ଯାହା ଘରୋଇ ମୂଲ୍ୟ ଉପରେ ପ୍ରଭାବ ପକାଉଛି । ଆଜି ପୁଣି ସୁନା ଓ ରୂପା ଉପର ସ୍ତରରୁ ତଳକୁ ଖସିଛି ଏବଂ ସେଗୁଡ଼ିକର ମୂଲ୍ୟ ହ୍ରାସ ପାଇଛି ।

ଆଜି ଫ୍ୟୁଚର ବଜାରରେ, ମଲ୍ଟିକମୋଡିଟି ଏକ୍ସଚେଞ୍ଜ(MCX)ଉପରେ ୧୦ ଗ୍ରାମ ୨୪ କ୍ୟାରେଟ ଶୁଦ୍ଧ ସୁନାର ମୂଲ୍ୟ ୦.୮୬ ହ୍ରାସ ପାଇ ୪୯,୧୯୦ରେ ରହିଛି । ତେବେ ଆଜି ସକାଳୁ ବେପାର ମାନ୍ଦା ହେବାରୁ ଏହା ହ୍ରାସ ପାଇ ୪୯,୧୭୬କୁ ଖସି ଆସିଥିଲା । ଏହାପରରେ ଚାହିଦା ବୃଦ୍ଧି ପାଇବାରୁ ଏହା ତାର ପୂର୍ବ ରେର୍ଟ ଅର୍ଥାତ୍ ୪୯.୧୯୦ ଟଙ୍କାରେ ସ୍ଥିର ରହିଥିଲା ।

ସେହିପରି ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଏହା କିଲୋଗ୍ରାମ ପିଛା ୧.୬୦ ପ୍ରତିଶତ ହ୍ରାସ ହୋଇ କିଲୋଗ୍ରାମ ପିଛା ୫୫,୩୯୫ଟଙ୍କା ରହିଛି । ତେବେ ସକାଳୁ ରୂପା କିଲୋଗ୍ରାମ ପିଛା ୫୫,୫୭୭ ଟଙ୍କାରୁ ବେପାର ।ରମ୍ଭ ହୋଇଥିବା ବେଳେ କିଛି ସମୟ ପରେ ତାର ମୁଲ୍ୟ ୫୫,୩୯୦ କୁ ଖସି ଆସିଥିଲା । ତେବେ ଚାହିତା ଟିକେ ବୃଦ୍ଧି ହେବାରୁ ରୂପା ପୁଣି ତାର ପୂର୍ବ ରେଟରେ ସ୍ଥିର ରହିଥିଲା । ଆର୍ନ୍ତଜାତୀୟ ବଜାରରେ ସୁନା ଦର ଖସିବାପରେ ଦେଶର ବିଭିନ୍ନ ରାଜ୍ୟର ଖୁଚୁରା ବଜାରରେ ମଧ୍ୟ ଆଜି ସୁନା ଶସ୍ତା ହୋଇଛି ।

Get real time updates directly on you device, subscribe now.