ଗ୍ରାହକଙ୍କ ଚିନ୍ତା ବଢ଼ାଇଲା ବଜାର: ପୁଣି ବଢ଼ିଲା ସୁନା

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୨୮୭୦ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ପ୍ରତି ୧୦ ଗ୍ରାମକୁ ୧,୪୯,୮୬୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ: ସୁନାକୁ ନେଇ ବଜାରରୁ ଗ୍ରାହକଙ୍କ ପାଇଁ ଆସିଲା ଖରାପ ଖବର। ଆଜି ପୁଣି ବଢ଼ିଲା ସୁନା ଦର। ଘରୋଇ ହାଜିର ବଜାରେ ସୁନା ଦର ବଢ଼ିଥିବା ଦେଖିବାକୁ ମିଳିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ, ଆଜି ସକାଳ ୧୧ଟା ସୁଦ୍ଧା ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୨୮୭୦ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ପ୍ରତି ୧୦ ଗ୍ରାମକୁ ୧,୪୯,୮୬୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି।
ଠିକ୍ ସେହିପରି ୨୨ କ୍ୟାରେଟ୍ ସୁନାର ଦାମ ୨୬୫୦ ଟଙ୍କା ବୃଦ୍ଧି ପାଇଛି। ଯାହାଦ୍ୱାରା ୧୦ ଗ୍ରାମ ସୁନା ୧,୩୭,୪୦୦ ଟଙ୍କାରେ କାରବାର କରୁଛି। ୧୮ କ୍ୟାରେଟ୍ ସୁନାର ଦାମ ୨୧୭୦ ଟଙ୍କା ବୃଦ୍ଧି ପାଇ ୧,୧୨,୪୫୦ ଟଙ୍କା ପ୍ରତି ୧୦ ଗ୍ରାମରେ କାରବାର କରୁଥିବା ଦେଖିବାକୁ ମିଳିଛି।

Uttarakhand Govt.

ମିଳିଥିବା ସୂଚନା ଅନୁସାରେ ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୫୦୦୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୨ କ୍ୟାରେଟ୍ ସୁନା୧୩୭୫୦୦ ଓ ୧୮ କ୍ୟାରେଟ ସୁନା ୧୧୫୬୫୦ ଟଙ୍କାରେ କାରବାର କରୁଛି। ଠିକ୍ ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୪୯୭୩୦, ୨୨ କ୍ୟାରେଟ୍ ସୁନା ୧୩୭୨୫୦ ଓ ୧୮ କ୍ୟାରେଟ ସୁନା ୧୧୨୩୦୦ ଟଙ୍କାରେ କାରବାର କରୁଛି। କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୪୯୭୩୦ ଟଙ୍କାରେ କାରବାର କରୁଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୩୭୨୫୦ ଓ ୧୧୨୩୦୦ ଟଙ୍କାରେ କାରବାର କରୁଛି।

ଏମ୍‌ସିଏକ୍ସରେ ସୁନା ଓ ରୁପା ଦାମ: ଏମ୍‌ସିଏକ୍ସରେ ଗୁରୁବାର ସୁନା ଦାମ୍‌ରେ ବୃଦ୍ଧି ପାଇଛି। ଦ୍ୱି’ପ୍ରହର ୧୨ ଟା ୧୧ ମିନିଟ ସୁଦ୍ଧା ୫ ଅକ୍ଟୋବର ଡେଲିଭରୀ ଥିବା ସୁନା ୦.୪୫% ବା ୬୭୪ ଟଙ୍କା ବୃଦ୍ଧି ସହିତ ୧,୪୯,୧୬୭ ଟଙ୍କା ପ୍ରତି ୧୦ ଗ୍ରାମରେ ଟ୍ରେଡ ହେଉଛି। ରୁପାର ଘରୋଇ ଫ୍ୟୁଚର ଦାମରେ ହ୍ରାସ ପାଇଥିବା ଦେଖାଯାଇଛି। ୪ ସେପ୍ଟେମ୍ବର ଡେଲିଭରୀ ଥିବା ରୁପା ଏବେ ୦.୪୨% ବା ୯୫୪ ଟଙ୍କା ହ୍ରାସ ସହିତ ୨,୨୬,୬୩୦ ଟଙ୍କା ପ୍ରତି କିଲୋଗ୍ରାମରେ ଟ୍ରେଡ ହେଉଛି।

ସୁନା ଦାମରେ ବୃଦ୍ଧି କାହିଁକି ହେଲା? ହର୍ମୋଜ ପ୍ରଣାଳୀ ଶୀଘ୍ର ଖୋଲିବାର ସଙ୍କେତ ମିଳୁଛି। ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା କମ ହେବା ଯୋଗୁଁ ଅଶୋଧିତ ତେଲ ଦାମ୍ ମଧ୍ୟ ୮୦ ଡଲାର୍ ତଳକୁ ଆସି ଯାଇଛି। ଏହା ଯୋଗୁଁ ୟୁଏସ୍ ଫିଡ୍ ରେଟ୍ ବୃଦ୍ଧି ନେଇ ଚିନ୍ତା ବହୁତ କମି ଯାଇଛି।