ଏକାଥରେ ଏତେ ଟଙ୍କା ବଢ଼ିଗଲା ହଳଦିଆ ଧାତୁ, ସୁନା କିଣିବାକୁ ଯିବା ପୂର୍ବରୁ ନଜର ପକାନ୍ତୁ ଆଜିର ଦର ଉପରେ

ସୁନା ଦରରେ ବଡ଼ ବୃଦ୍ଧି, ୧୦ ଗ୍ରାମକୁ ୧.୫୮ ଲକ୍ଷ ଛୁଇଁଲା, ରୂପା ବି ମହଙ୍ଗା

ଓଡ଼ିଶା ଭାସ୍କର ଡେସ୍କ: ଖୁଚୁରା ବ୍ୟବସାୟୀ ଏବଂ ଷ୍ଟକିଷ୍ଟଙ୍କ ଜୋରଦାର କିଣାବିକା ଯୋଗୁଁ ଲଗାତାର ଦ୍ୱିତୀୟ କାରବାର ଦିବସରେ ସୁନା ଦରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଆଜି ରାଜଧାନୀ ଦିଲ୍ଲୀର ସରଫା ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨,୦୦୦ ବୃଦ୍ଧି ପାଇ ୧.୫୮ ଲକ୍ଷ ଟପିଛି। ଯଦି ଆପଣ ଆଜି ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଜାଣିନିଅନ୍ତୁ ଆଜିର ତାଜା ଦର।

୨୪ କ୍ୟାରେଟ୍ ସୁନା ଦରରେ ପରିବର୍ତ୍ତନ: ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୫୬,୮୦୦ ଥିବା ବେଳେ ଏବେ ୨,୦୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୧,୫୮,୮୦୦ ରେ ପହଞ୍ଚିଛି।

ତେବେ ଆଜି ରାଜଧାନୀ ଦିଲ୍ଲୀ, ସମେତ ଭୁବନେଶ୍ଵର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଜୟପୁର ଏବଂ ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନା ଦର ୧,୫୬,୮୦୦ ଟଙ୍କାରେ ପହଞ୍ଚିଛି । ତେବେ କହିରଖୁଛୁ ଯେ, ସ୍ଥାନୀୟ ଟ୍ୟାକ୍ସ ଓ ମେକିଂ ଚାର୍ଜ ଆଧାରରେ ବିଭିନ୍ନ ସହରର ଗହଣା ଦୋକାନରେ ସାମାନ୍ୟ ପାର୍ଥକ୍ୟ ରହିପାରେ

ରୁପା ଦର ସ୍ଥିତି: ସେହିପରି ଅଲ୍ ଇଣ୍ଡିଆ ସରଫା ଆସୋସିଏସନ୍ ଅନୁଯାୟୀ, ଦୁଇଟି ସେସନ୍ ଧରି ୨,୪୦,୦୦୦ ରେ ସ୍ଥିର ରହିବା ପରେ ରୁପା କିଲୋଗ୍ରାମ ପିଛା ୭୩୦ ଟଙ୍କା ବୃଦ୍ଧି ପାଇ ୨,୪୦,୭୩୦ ରେ ପହଞ୍ଚିଛି।

ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା: ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ଗୋଲ୍ଡ (Spot Gold) ୦.୫ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪,୩୯୪.୫୭ ଡଲାରରେ କାରବାର କରୁଥିବା ବେଳେ ରୁପା ପ୍ରାୟ ୧ ପ୍ରତିଶତ ହ୍ରାସ ସହ ଆଉନ୍ସ ପିଛା ୬୫.୦୮ ଡଲାରକୁ ଖସିଛି।

ବିଶେଷଜ୍ଞଙ୍କ ମତରେ, ପଶ୍ଚିମ ଏସିଆରେ ଯୋଗାଣ ସମସ୍ୟା ଏବଂ ଆମେରିକା-ଇରାନ ମଧ୍ୟରେ ସଂଘର୍ଷ ବିରତି ଶେଷ ହେବା ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି, ଯାହା ସୁନା ବଜାରକୁ ପ୍ରଭାବିତ କରୁଛି।