ବଜାରରୁ ଆସିଲା ଭଲ ଖବର; ଶସ୍ତା ହେଲା ସୁନା
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୫୪୧୫୦, ୨୨ କ୍ୟାରେଟ୍ ସୁନା ୧୪୧୩୦୦ ଓ ୧୮ କ୍ୟାରେଟ୍ ସୁନା ୧୧୯୦୦୦ ଟଙ୍କାରେ କାବରବାର କରୁଛି
ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ବ୍ୟବସାୟିକ ଦିନ ସୋମବାର ବଜାରରୁ ଭଲ ଖବର ଆସିଛି। ଆଜି ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ୨୬ କ୍ୟାରେଟ୍ ସୁନା ୬୫୦ ଟଙ୍କା ଶସ୍ତା ହୋଇଛି। ହେଲେ ରୁପା ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡ଼ିଛି।
ଗୁଡ୍ରିଟର୍ନ୍ସ ଅନୁଯାୟୀ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୬୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ୍ ୧,୫୪,୩୦୦ ଟଙ୍କାରେ କାରବାର କରୁଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୬୦୦ ଟଙ୍କା କମି ପ୍ରତି ୧୦ ଗ୍ରାମ୍ ୧,୪୧,୪୫୦ ଟଙ୍କାରେ ପହଞ୍ଚିଥିଲା। ସେହିପରି ୧୮ କ୍ୟାରେଟ୍ ସୁନା ଦରରେ ମଧ୍ୟ ୪୯୦ ଟଙ୍କା ହ୍ରାସ ହୋଇ ପ୍ରତି ୧୦ ଗ୍ରାମ୍ ୧,୧୫,୭୬୦ ଟଙ୍କାରେ କାରବାର କରୁଥିଲା। ଅନ୍ୟପଟେ ଦିଲ୍ଲୀର ଘରୋଇ ବଜାରରେ ରୁପା ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ରୁପା ପ୍ରତି କିଲୋଗ୍ରାମ୍ ୨,୫୦,୦୦୦ ଟଙ୍କାରେ ସ୍ଥିର ରହିଥିଲା।
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୫୪୧୫୦, ୨୨ କ୍ୟାରେଟ୍ ସୁନା ୧୪୧୩୦୦ ଓ ୧୮ କ୍ୟାରେଟ୍ ସୁନା ୧୧୯୦୦୦ ଟଙ୍କାରେ କାବରବାର କରୁଛି। ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୫୪୧୫୦ ଟଙ୍କା, ୨୨ କ୍ୟାରେଟ୍ ସୁନା ୧୪୧୩୦୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ୧୧୫୬୧୦ ଟଙ୍କାରେ କାରବାର କରୁଛି। ଠିକ୍ ସେହିପରି କୋଲକାତରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୫୪୧୫୦ ଟଙ୍କା, ୨୨ କ୍ୟାରେଟ୍ ସୁନା୧୪୧୩୦୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ୧୧୫୬୧୦ ଟଙ୍କାରେ କାରବାର କରୁଛି।
ଏମ୍ସିଏକ୍ସରେ ମଧ୍ୟ କମିଲା ସୁନା-ରୁପା ଦର: ଏମ୍ସିଏକ୍ସରେ ମଧ୍ୟ ସୋମବାର ସୁନାର ଫ୍ୟୁଚର୍ସ ଦରରେ ହ୍ରାସ ଦେଖାଯାଇଥିଲା। ଅକ୍ଟୋବର ୫ ଡେଲିଭରି ସୁନା ୬୬୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ୍ ୧,୫୨,୧୦୦ ଟଙ୍କାରେ କାରବାର କରୁଥିଲା। ସେହିପରି ଡିସେମ୍ବର ୪ ଡେଲିଭରି ରୁପା ଦର ମଧ୍ୟ ୧,୦୪୭ ଟଙ୍କା କମି ପ୍ରତି କିଲୋଗ୍ରାମ୍ ୨,୩୬,୬୧୧ ଟଙ୍କାରେ କାରବାର କରୁଥିଲା।
କାହିଁକି କମିଲା ସୁନା ଦର?: ଆମେରିକାରୁ ଆସିଥିବା ଶକ୍ତିଶାଳୀ ଚାକିରି ସମ୍ବନ୍ଧୀୟ ତଥ୍ୟ ଯୋଗୁଁ ଆମେରିକୀୟ ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧି ନେଇ ଆଶା ବଢ଼ିଛି। ଏହାର ପ୍ରଭାବରେ ବିଶ୍ୱ ବଜାରରେ ସୁନା ଦୁର୍ବଳ ହୋଇଛି। ଏହା ସହିତ ସୁନାର ସ୍ପଟ୍ ଚାହିଦା ମଧ୍ୟ ଦୁର୍ବଳ ରହିଛି।

