ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଛି ସୁନା ଦର । ଦିନକୁ ଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ତେବେ ଭାରତୀୟ ବଜାର କଥା ଦେଖିଲେ 24 କ୍ୟାରେଟ୍ ସୁନାର ଦର 91 ହଜାର ବ୍ୟାପିଛି । ତେବେ ସୁନା ନିବେଶକାରୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହୋଇଥିବା ବେଳେ ତେବେ ଚଳିତ ବର୍ଷ ଏହା ଲକ୍ଷେ ପାର୍ କରିବ ବୋଲି କୁହାଯାଉଛି ।
ମାର୍ଚ୍ଚ 20 ତାରିଖରେ ଭାରତରେ ଏହା 3037 ଡଲାରରେ କାରବାର କରୁଛି । ଗତବର୍ଷ ସୁନା 33 ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଥିଲା । ଏଯାବତ୍ ସୁନାଦର 14 ପ୍ରତିଶତ ବୃଦ୍ଧି ପାଇଛି ।
ତେବେ ଆଗକୁ ସୁନା ଦର କେତେ ରହିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ 10 ଗ୍ରାମ ପିଛା ଏହା ଏକ ଲକ୍ଷ ଟପିବା ନେଇ ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି ।
ତେବେ ଏହାର କାରଣ ମଧ୍ୟରେ ପ୍ରଥମତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତି ସମଗ୍ର ବିଶ୍ବ ବଜାରକୁ ଅସ୍ଥିର କରିଛି । ଆମେରିକାରେ ମାନ୍ଦାବସ୍ଥା ଦେଖାଯାଇଛି । ଆଜି ଭୁବନେଶ୍ବରରେ 10 ଗ୍ରାମ ପିଛା 82 ହଜାର 700 ଟଙ୍କା ରହିଛି । ଅନ୍ୟପଟେ ରୂପା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ।