ଶସ୍ତା ହେଲା ସୁନା, କମିଲା ୨୪ କ୍ୟାରେଟ୍ ସୁନା ଦର, ରୂପା ମୂଲ୍ୟ ସ୍ଥିର!
ଆଜିର ସୁନା ଓ ରୂପା ଦରର ସଦ୍ୟତମ ଅପ୍ଡେଟ୍ ଜାଣନ୍ତୁ। ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ହୋଇଥିବା ସାମ୍ପ୍ରତିକ ପରିବର୍ତ୍ତନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଆନ୍ତୁ।
ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୦୦ ଟଙ୍କା କମିଛି। ଆଜି (୮ ଜୁଲାଇ ୨୦୨୬) ଭାରତରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୧,୪୪,୪୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୧,୩୨, ୪୫୦ ଟଙ୍କା ରହିଛି। ବୁଧବାର ସୁଦ୍ଧା ସୁନା ଦରରେ ଏହି ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି। ସେହିପରି ୧୮ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ୫୭୦ ଟଙ୍କା କମି ୧,୦୮,୩୭୦ ଟଙ୍କାରେ ପହଞ୍ଚିଛି।
ଭୁବନେଶ୍ୱର ବଜାରରେ ମଧ୍ୟ ଗତ ୨୪ ଘଣ୍ଟାରେ ସୁନା ଦର କମିଛି। ଏଠାରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୧,୪୪, ୪୯୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୨,୪୫୦ ଟଙ୍କା ରେକର୍ଡ କରାଯାଇଛି। ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ସୁନା ଦର ପ୍ରାୟତଃ ସମାନ ରହିଛି।
ଦେଶର ପ୍ରମୁଖ ସହରରେ ସୁନା ଦର (୧୦ ଗ୍ରାମ):
-
ଦିଲ୍ଲୀ: ୨୪ କ୍ୟାରେଟ୍ – ୧,୪୪,୬୪୦ ଟଙ୍କା | ୨୨ କ୍ୟାରେଟ୍ – ୧,୩୨, ୬୦୦ ଟଙ୍କା
-
ମୁମ୍ବାଇ: ୨୪ କ୍ୟାରେଟ୍ – ୧,୪୪,୪୯୦ ଟଙ୍କା | ୨୨ କ୍ୟାରେଟ୍ – ୧,୩୨,୪୫୦ ଟଙ୍କା
-
ଚେନ୍ନାଇ: ୨୪ କ୍ୟାରେଟ୍ – ୧,୪୫,୪୨୦ ଟଙ୍କା | ୨୨ କ୍ୟାରେଟ୍ – ୧,୩୩,୩୦୦ ଟଙ୍କା
-
କଲକାତା: ୨୪ କ୍ୟାରେଟ୍ – ୧,୪୪,୪୯୦ ଟଙ୍କା | ୨୨ କ୍ୟାରେଟ୍ – ୧,୩୨,୪୫୦ ଟଙ୍କା
-
ହାଇଦ୍ରାବାଦ: ୨୪ କ୍ୟାରେଟ୍ – ୧,୪୪,୪୯୦ ଟଙ୍କା | ୨୨ କ୍ୟାରେଟ୍ – ୧,୩୨,୪୫୦ ଟଙ୍କା
-
ବେଙ୍ଗାଲୁରୁ: ୨୪ କ୍ୟାରେଟ୍ – ୧,୪୪,୪୯୦ ଟଙ୍କା | ୨୨ କ୍ୟାରେଟ୍ – ୧,୩୨,୪୫୦ ଟଙ୍କା
-
ଭୁବନେଶ୍ୱର: ୨୪ କ୍ୟାରେଟ୍ – ୧,୪୪,୪୯୦ ଟଙ୍କା | ୨୨ କ୍ୟାରେଟ୍ – ୧,୩୨,୪୫୦ ଟଙ୍କା
ଭାରତରେ ରୂପା ମୂଲ୍ୟ: ଅନ୍ୟପଟେ ଭାରତରେ ରୂପା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, ଏହା ସ୍ଥିର ରହିଛି। ଆଜି ଦେଶରେ ରୂପା କିଲୋଗ୍ରାମ ପିଛା ୨,୪୫, ୦୦୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ରୂପା ଦର ସ୍ଥିର ରହିବା ସହ ବୁଧବାର ଏହା କିଲୋଗ୍ରାମ ପିଛା ୨,୫୦,୦୦୦ ଟଙ୍କା ରେକର୍ଡ କରାଯାଇଛି।


