fbpx

ଏଭଳି ବ୍ୟକ୍ତିଙ୍କୁ ମିଳୁଥିବା ମହିଳା ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ଜାଣନ୍ତୁ ଭଲ ସ୍ୱାମୀର ଲକ୍ଷଣ

ମହାରାଜ ବିଦୂର ମହାଭାରତ କାଳର ଜଣେ ପ୍ରମୁଖ ଚରିତ୍ର । ସେ ଜଣେ ମହାନ ରାଜନୀତିଜ୍ଞ, ବିବେକଶୀଳ ଏବଂ ବୁଦ୍ଧିମାନ ବ୍ୟକ୍ତି ଥିଲେ । ତାଙ୍କର ନୀତି ସଫଳ ଜୀବନ ପାଇଁ ବହୁତ ଉପଯୋଗୀ । ମହାତ୍ମା ବିଦୂରଙ୍କ ନୀତି ବିଦୂର ନୀତି ନାମରେ ପ୍ରଚଳିତ ଏବଂ ଏଥିରେ ଜୀବନକୁ ନେଇ ବେଶ୍ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି । ବିଦୂର ନୀତିରେ ଉତ୍ତମ ପୁରୁଷର ଲକ୍ଷଣ ବିଷୟରେ କୁହାଯାଇଛି, ଏବଂ କୁହାଯାଇଛି ଯେ ଏଭଳି ବ୍ୟକ୍ତିଙ୍କୁ ମିଳୁଥିବା ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଭଲ ସ୍ୱାମୀର ଲକ୍ଷଣ ।

ପରୋପକାରୀ: ବିଦୂର ନୀତି ଅନୂଯାୟୀ ପରୋପକାରୀ ବ୍ୟକ୍ତିଙ୍କ ସମ୍ମାନ ପୃଥବୀରୁ ନେଇ ସ୍ୱର୍ଗ ପର୍ଯ୍ୟନ୍ତ ହୋଇଥାଏ । ଏଭଳି ବ୍ୟକ୍ତିଙ୍କୁ ସବୁବେଳେ ସମ୍ମାନ ମିଳିଥାଏ ଏବଂ ତାଙ୍କର ଭଲ କର୍ମ ତାଙ୍କୁ ଖୁବ୍ ଖ୍ୟାତି ଦେଇଥାଏ । ଏଭଳି ସ୍ୱାମୀ ପାଇବା ବହୁତ ସୌଭାଗ୍ୟଶାଳୀ ହୋଇଥାଏ ।

ଇମାନଦାର ଏବଂ ଚରିତ୍ରବାନ୍: ଇମାନଦାର ହେବା ବ୍ୟକ୍ତିର ଉତ୍ତମ ଗୁଣ । ଏଭଳି ଚରିତ୍ରବାନ ବ୍ୟକ୍ତିଙ୍କ ପୂରା ପରିବାର ସମାଜରେ ଇଜ୍ଜତରେ ବଞ୍ଚିଥାନ୍ତି । ତାଙ୍କର ପିଲାମାନେ ମଧ୍ୟ ଏହାର ଅନୁସରଣ କରି ସଂସ୍କାରୀ ଏବଂ ଇମାନଦାର ହୋଇଥାନ୍ତି । ଯେଉଁ ମହିଳାଙ୍କୁ ଏଭଳି ଭଲ ପତି ଏବଂ ସନ୍ତାନ ମିଳିଥାନ୍ତି, ତାଙ୍କ ଜୀବନ ସବୁବେଳେ ସୁଖମୟ ହୋଇଥାଏ ।

ଧାର୍ମିକ ଏବଂ ଦାନବୀର: ଦାନ ଦେବା ଧନର ସବୁଠୁ ବଡ଼ ଉପଯୋଗ । ଯେଉଁ ବ୍ୟକ୍ତି ନିଜ ପରିବାରର ଆବଶ୍ୟକତାକୁ ପୂରା କରିବା ସହ ଦାନ-ଧର୍ମରେ ଆଗରେ ରହିଥାନ୍ତି, ତାଙ୍କର ପୂଣ୍ୟ ଅନେକ ପୀଢ଼ି ପର୍ଯ୍ୟନ୍ତ ରହିଥାଏ । ଏହି ପରିବାର ଉପରେ ସବୁବେଳେ ଦେବୀ-ଦେବତାଙ୍କ କୃପା ରହିଥାଏ ଏବଂ ସୁଖ-ସମୃଦ୍ଧିର ମଧ୍ୟ ଅଭାବ ନଥାଏ । ଏଭଳି ପୁରୁଷଙ୍କୁ ସ୍ୱାମୀ ରୂପରେ ପାଇ ସ୍ତ୍ରୀର ଜୀବନ ସାର୍ଥକ ହୋଇଥାଏ, ସେ ଧରାରେ ସ୍ୱର୍ଗ ସୁଖ ଭୋଗିଥାନ୍ତି ।

Get real time updates directly on you device, subscribe now.