fbpx

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର: ଭରପୂର ଦର୍ଶକଙ୍କ ସହ ଖେଳାଯିବ ଭାରତ-ଦ.ଆଫ୍ରିକା ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପରେ ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚର ଟି-୨୦ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଜୁନ ୯ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର। କାରଣ ପ୍ରଥମ ମୁକାବିଲା ଷ୍ଟାଡିୟମରେ ଭରପୂର ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ(ଡିଡିସିଏ) ଷ୍ଟାଡିୟମରେ ୧୦୦ ପ୍ରତିଶତ ଦର୍ଶକଙ୍କ ପ୍ରବେଶକୁ ମଞ୍ଜୁରୀ ଦେଇଛି। ଗୁରୁବାର ଡିସିସିଏ ଏହାର ସୂଚନା ଦେଇଛି।

ଡିଡିସିଏ ଅନୁଯାୟା, ୧୦୦ ପ୍ରତିଶତ ଦର୍ଶକଙ୍କ ସହ ସିରିଜର ପ୍ରଥମ ମୁକାବିଲା ଆୟୋଜନ କରିବାକୁ ଆମେ ପ୍ରସ୍ତୁତ। ଏହାକୁ ନେଇ ଜରୁରୀ ପ୍ରସ୍ତୁତି କରାଯାଇଛି। ଆଶା କରାଯାଉଛି ଷ୍ଟାଡିୟମ ଦର୍ଶକରେ ଭରପୂର ରହିବ। ତିନି ବର୍ଷ ପରେ ଦିଲ୍ଲୀକୁ ଅନ୍ତର୍ଜାତୀୟ ମୁକାବିଲା ଆୟୋଜନ କରିବାକୁ ସୁଯୋଗ ମିଳିଛି। କରୋନା ମହାମାରୀ ଯୁଗରେ ସମସ୍ତ ପ୍ରତିଷେଧମୂଳକ ପ୍ରସ୍ତୁତି ମଧ୍ୟ କରାଯାଇଛି।

ଏହା ପୂର୍ବରୁ ଦିଲ୍ଲୀରେ ଶେଷ ଥର ୨୦୧୯ ନଭେମ୍ବରରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଉକ୍ତ ମୁକାବିଲାରେ ଭାରତ ୭ ଓ୍ଵିକେଟରେ ପରାଜିତ ହୋଇଥିଲା। ଏହା ପରେ କରୋନା କାରଣରୁ ଏଠାରେ କୌଣସି ମ୍ୟାଚ୍ ଆୟୋଜନ ହୋଇ ପାରି ନାହିଁ। ଏବେ ଟି ୨୦ ମ୍ୟାଚ୍ ଜରିଆରେ ଏହି ଷ୍ଟାଡିୟମକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି।

ଟି-୨୦ ସିରିଜ୍

ପ୍ରଥମ ଟି-୨୦: ଦିଲ୍ଲୀ, ଜୁନ ୯

ଦ୍ଵିତୀୟ ଟି-୨୦: କଟକ, ଜୁନ ୧୨

ତୃତୀୟ ଟି-୨୦: ବିଶାଖାପଟନମ, ଜୁନ ୧୪

ଚତୁର୍ଥ ଟି-୨୦: ରାଜକୋଟ୍, ଜୁନ ୧୭

ପଞ୍ଚମ ଟି-୨୦: ବେଙ୍ଗାଲୁରୁ, ଜୁନ ୧୯

 

Get real time updates directly on you device, subscribe now.