fbpx

PNB-Union Bank-Indian Bankର ଗ୍ରାହକ ହେବେ ମାଲାମାଲ୍: ବଡ଼ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି), ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ କିମ୍ବା ଇଣ୍ଡିଆନ ବ୍ୟାଙ୍କରେ ଅଛି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ବ୍ୟାଙ୍କଗୁଡିକର ଆକାଉଣ୍ଟଧାରୀ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଗ୍ଲୋବାଲ୍ ଫିଣ୍ଟେକ୍ ଫେଷ୍ଟିଭାଲରେ ଆରବିଆଇ ଗଭର୍ଣ୍ଣର ୟୁପିଆଇ ନେଟୱାର୍କରେ ରୁପେ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି । ଆରବିଆଇ ଦ୍ୱାରା ଏହି ଘୋଷଣା କରିବା ପରେ କ୍ରେଡିଟ କାର୍ଡଧାରୀମାନଙ୍କୁ ବଡ଼ ଫାଇଦା ମିଳିବ ।

ରୁପେ କ୍ରେଡିଟ୍ କାର୍ଡ ସହିତ ଲିଙ୍କ୍ ହେବ ୟୁପିଆଇ:-
ଏବେ ୟୁପିଆଇରୁ ଡେବିଟ୍ କାର୍ଡ ବ୍ୟତୀତ ଆକାଉଣ୍ଟକୁ ଲିଙ୍କ୍ କରିବାର ସୁବିଧା ରହିଛି । କିନ୍ତୁ ବର୍ତ୍ତମାନ ଆପଣ ରୁପେ କ୍ରେଡିଟ୍ କାର୍ଡକୁ ୟୁପିଆଇ ସହିତ ଲିଙ୍କ୍ କରିପାରିବେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି), ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ ବ୍ୟାଙ୍କ ଗ୍ରାହକଙ୍କୁ ଆରବିଆଇ ଏହି ସୁବିଧା ପ୍ରଦାନ କରିଛି । ଆଗାମୀ ସମୟରେ ଘରୋଇ ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ଏହି ସୁବିଧା ଆରମ୍ଭ ହେବ ।

ୟୁପିଆଇକୁ ବିକଶିତ କରିଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) କହିଛି ଯେ, ଏହା ଉଭୟ ଗ୍ରାହକ ଏବଂ ବଣିକ ପାଇଁ ଲାଭଦାୟକ ହେବ । ରୁପେ କ୍ରେଡିଟ୍ କାର୍ଡକୁ ୟୁପିଆଇ ସହିତ ଲିଙ୍କ୍ କରିବା ଦ୍ୱାରା କ୍ରେଡିଟ୍ ଇକୋସିଷ୍ଟମର ପରିସରକୁ ବ୍ୟାପକ କରାଯିବ । ରୁପେ କ୍ରେଡିଟ୍ କାର୍ଡକୁ ଭର୍ଚୁଆଲ୍ ପେମେଣ୍ଟ ଆଡ୍ରେସ ସହିତ ଲିଙ୍କ କରାଯିବ, ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ।

ରୁପେ କ୍ରେଡିଟ କାର୍ଡ ବ୍ୟତୀତ ୟୁପିଆଇ ଲାଇଟ୍ ମଧ୍ୟ ଏହି ସମୟ ମଧ୍ୟରେ ଲଞ୍ଚ କରାଯାଇଥିଲା । କମ୍ ମୂଲ୍ୟର କାରବାର ପାଇଁ, ଏହା ଅନ୍-ଡିଭାଇସ୍ ୱାଲେଟ୍ ସାହାଯ୍ୟରେ କାମ କରିବ । ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ (ବିବିପିଏସ୍) ଅଧୀନରେ କ୍ରସର ସୀମା କାରବାରର ସୁବିଧା ମଧ୍ୟ ଆରମ୍ଭ ହୋଇଛି ।

Get real time updates directly on you device, subscribe now.