fbpx

ଖୁସି ଖବର: କାଲିଠାରୁ ସରକାର ଦେବେ ଶସ୍ତା ସୁନା! ଧାର୍ଯ୍ୟ ହେଲା ପ୍ରାଇସ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ,୧୬ ।୫:ଯଦି ଆପଣଙ୍କ ଘରେ କାହାର ବିବାହ ହେବାକୁ ଯାଉଛି ବା ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । କାଲି ଅଥାତ୍ ମେ’ ୧୭ରୁ ଆପଣ ଶସ୍ତା ସୁନା କିଣିବାର ସୁଯୋଗ ପାଇବେ । ଏହି ସୁଯୋଗ କେନ୍ଦ୍ର ସରକାର ଦେଉଛନ୍ତି । ତେବେ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାର୍ବଭୌମ ଗୋଲ୍ଡ ବଣ୍ଡ ୨୦୨୧-୨୨ର ପ୍ରଥମ ବିକ୍ରିକୁ ନେଇ ଇସ୍ୟୁ ମୂଲ୍ୟ ପ୍ରକାଶ କରିଛନ୍ତି । ଏହି କ୍ରମରେ ବଣ୍ଡର ବିକ୍ରି ୧୭ରୁ ୨୧ ମେ ପର୍ଯ୍ୟନ୍ତ ହେବ ଓ ସେଣ୍ଟଲମେଣ୍ଟ ମେ’ ୨୫କୁ ହେବ । ତେବେ ଆସନ୍ତୁ ଜାଣିବା ସରକାରଙ୍କ କ’ଣ ରହିଛି ଯୋଜନା…

ଅର୍ଥ ମନ୍ତ୍ରଣାଳୟ ନିଜର ବିଜ୍ଞପ୍ତିରେ କହିଛି ଯେ, ସାର୍ବଭୌମ ଗୋଲ୍ଡ ବଣ୍ଡ ମେ’ରୁ ନେଇ ସେପ୍ଟେମ୍ବର ମଧ୍ୟରେ ୬ କିସ୍ତିରେ ଦିଆଯିବ । ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି ଅନୁସାରେ ୧୭ରୁ ୨୧ ମେ’ ମଧ୍ୟରେ ସୁନା କିଣାଯିବ ଓ ମେ’ ୨୫ରେ ବଣ୍ଡ ଜାରି ହେବ । ରିଜର୍ଭ ବ୍ୟାଙ୍କ ଏଥିପାଇଁ ପ୍ରତି ଗ୍ରାମ ପିଛା ୪,୭୭୭ ଟଙ୍କା ଧାର୍ଯ୍ୟ କରିଛି । ଯେଉଁମାନେ ଅନଲାଇନ ପାଇଁ ଆବେଦନ କରନ୍ତି ବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଟଙ୍କା ଦିଅନ୍ତି, ସେମାନଙ୍କୁ ୫୦ ଟଙ୍କ। ଡିସକାଉଣ୍ଟ ମିଳିବ ।

 

ମନ୍ତ୍ରଣାଳୟ ଅନୁଯାୟୀ, ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ବା ଏସଏଚସିଆରଏଲ, ଡାକଘର ବା ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମାରେ ବିକ୍ରି ହେବ । ଏହା ସହ ବଣ୍ଡର ଅବଧି ୮ ବର୍ଷ ରହିବ । ଆବେଦନ ଅତି କମରେ ୧ ଗ୍ରାମ ଓ ତାର ମଲଟିପଲରେ ଜାରି ହେବ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏବଂ ଜୁଏଲର୍ସ ଆସୋସିଏସନ୍ ନେଇଛି । ଆଇବିଜେଏ ଦ୍ୱାରା ୯୯୯ ଶୁଦ୍ଧତା ସୁନାକୁ କ୍ଲୋଜିଙ୍ଗ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି । ତେବେ ୨୦୧୫ ନଭେମ୍ବରରୁ ସରକାର ଏହି ସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.