fbpx

Google କମ୍ପାନୀ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଆମେରିକା ପଠାଉଛି, ପ୍ରମାଣ ମିଳିବା ପରେ ଏହି ଦେଶରେ କରାଗଲା ବ୍ୟାନ୍

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗଲକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଗୁଗଲକୁ ୟୁରୋପରେ ଝଟକା ଲାଗିଛି । ଗୁଗଲ ଆନାଲିଟିକ୍ସ ୟୁରୋପୀୟ ଡାଟା ସୁରକ୍ଷା ଆଇନର ଉଲ୍ଲଂଘନ କରିଥିବା ଅଷ୍ଟ୍ରିଆର ଏକ କୋର୍ଟ ପକ୍ଷରୁ କୁହାଯିବା ପରେ ଏହାକୁ ବେଆଇନ ଘୋଷିତ କରି ଦିଆଯାଇଛି । ଗତ ୨୦୨୦ ମସିହାରେ କୋର୍ଟ ଅଫ୍ ଜଷ୍ଟିସ୍ ଅଫ୍ ଦି ୟୁରୋପିଆନ ୟୁନିୟନ ପଲିଜିଜ୍ (ସିଜେଇୟୁ) ପକ୍ଷରୁ ରାୟ ଦିଆଯାଇଥିଲା ଯେ, ଆମେରିକାର ୱେବସାଇଟ ପ୍ରଦାନକାରୀ ସଂସ୍ଥା ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ କର୍ତ୍ତୃପକ୍ଷଙ୍କୁ ଶେୟାର କରୁଛି, ଯାହାକି ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ (ଜିଡିପିଆର)ର ବିରୋଧାଚରଣ ଅଟେ । ୨୦୨୦ ପୂର୍ବରୁ ପ୍ରାଇଭେସି ଶୀଲ୍ଡ ନାମରେ ଏକ ଆଇନ ଥିଲା । ଉକ୍ତ ଆଇନ ଅନୁଯାୟୀ ୟୁରୋପିଆନ ଡାଟାକୁ ଆମେରିକାକୁ ଟ୍ରାନ୍ସଫର କରାଯାଇଥାନ୍ତା, ମାତ୍ର ୨୦୨୦ ମସିହା ଜୁଲାଇ ୧୬ ତାରିଖରେ ଉକ୍ତ ନିୟମକୁ ସିଜେଇୟୁ ଅମାନ୍ୟ କରିଦେଇଥିଲା ।

୨୦୨୦ରେ ସିଜେଇୟୁ ପକ୍ଷରୁ ଆସିଥିବା ନିଷ୍ପତ୍ତି ପରେ ମଧ୍ୟ କିଛି ସେବା ପ୍ରଦାନକାରୀ ସଂସ୍ଥା ୟୁଜର୍ସଙ୍କ ପର୍ସନାଳ ତଥ୍ୟ ଆମେରିକାକୁ ପଠାଉଥିଲେ । ଏହି କାର୍ଯ୍ୟରେ ଗୁଗଲ ଆନାଲିଟିକ୍ସର ନାମ ସାମିଲ୍ ରହିଥିଲା । ଅଷ୍ଟ୍ରିଆ ସରକାର ସିଜେଇୟୁର ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଗୁଗଲ ଆନାଲିଟିକ୍ସକୁ ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି । ତେବେ ଏପରି ସ୍ଥଳେ ଗୁଗଲକୁ ଶୀଘ୍ର ଏହି ନିୟମକୁ ପାଳନ କରିବାକୁ ପଡ଼ିବ, ନଚେତ୍ ତା’ ଉପରେ ଜରିମାନା ଲାଗୁ ହୋଇପାରେ । ଏବେ ୟୁରୋପରେ କାର୍ଯ୍ୟ କରୁଥିବା ସମସ୍ତ ୱେବସାଇଟ ଗୁଗଲ ଆନାଲିଟିକ୍ସର ବ୍ୟବହାର ବନ୍ଦ କରିବା ସହ ବିକଳ୍ପ ସନ୍ଧାନ କରିବାକୁ ପଡ଼ିବ । ଏହି ନିୟମକୁ ଉଲ୍ଲଂଘନ କଲେ ଭାରି ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଆୟରିଶ ଡାଟା ସୁରକ୍ଷା କମିଶନଙ୍କ ପକ୍ଷରୁ ନିୟମ ଅବମାନନା ଅଭିଯୋଗରେ ହ୍ୱାଟସଆପ ଉପରେ ୨୨.୫ କୋଟିର ଆର୍ଥିକ ଜରିମାନା ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.