fbpx

ଏଣିକି ତରୁଣୀଙ୍କୁ ଭଲ ପାଇପାରିବେନି ବୟସ୍କ! ପ୍ଲେ ଷ୍ଟୋରରୁ ବ୍ୟାନ ହେଲା ଏହି ଡେଟିଂ ଆପ୍

ଆଜିକାଲିର ଅନଲାଇନ୍ ଦୁନିଆର ସବୁକିଛି ସମ୍ଭବ ହେଇପାରୁଛି । ଏବେ ବୟସ୍କମାନଙ୍କ ପ୍ରେମରେ ତରୁଣୀମାନଙ୍କୁ ଦେଖିବାକୁ ମିଳୁଛି । ସିନେମା ଜବତ ହେଉ ବା ସୋସିଆଲ ମିଡିଆରେ ଏପରି ଅନେକ ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି । କିନ୍ତୁ ଗୁଗୁଲ ପ୍ଲେ ଷ୍ଟୋର ୧ ଡିସେମ୍ବରରୁ ‘Sugar Dating’ ଆପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି ।

ଗୁଗୁଲ ଦ୍ୱାରା ‘Sugar Dating’ ଆପରେ କିଛି ପ୍ରତିବନ୍ଧକ ଲଗାଯାଇଥିଲା । ପରେ ଗୁଗୁଲ ଏହାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରିଛି । ‘ସୁଗାର ଡେଟିଂ’ ସହିତ ଏସଡିଏମ ଭଳି ଆପକୁ ବ୍ୟାନ୍ କରାଯାଇଛି, ଯେଉଁଥିରେ ବୟସ୍କମାନେ କମ୍ ବୟସର ଯୁବତୀମାନଙ୍କ ସହ ଡେଟିଂ କରୁଛନ୍ତି । ନିଜର ଏକୁଟିକା ସମୟକୁ ଦୂର କରିବା ପାଇଁ ବୟସ୍କମାନେ ଏହି ଆପର ବ୍ୟବହାର କରୁଛନ୍ତି । ଏହା ବ୍ୟତିତ ୧୫ ଅକ୍ଟୋବରରୁ ଗୁଗୁଲ ନିଜର ଡିଭାଇସ୍ ଓ ନେଟୱାର୍କର ଦୂରୂପଯୋଗ ନୀତିର ପୁଣି ସଂଶୋଧନ କରିବ ।

Get real time updates directly on you device, subscribe now.