fbpx

ପେଟିଏମ ଏବଂ ଫୋନପେକୁ ଟକ୍କର ଦେବ ଗୁଗୁଲପେ, ଜାଣନ୍ତୁ କଣ ରହିଛି କମ୍ପାନୀର ପ୍ଲାନ

ନୂଆଦିଲ୍ଲୀ: ୟୁପିଆଇର ବ୍ୟବହାର ବର୍ତ୍ତମାନ ଖୁବ ଜୋରସୋରରେ ଚାଲିଛି । ଲୋକମାନେ ୟୁପିଆଇ-ଲିଙ୍କଡ୍ ମୋବାଇଲରେ ହିଁ ପେମେଣ୍ଟ କରୁଛନ୍ତି । ଏଥିରେ ପେମେଣ୍ଟ କରୁଥିବା ଲୋକଙ୍କୁ ଟ୍ରାଞ୍ଜାକ୍ସନର ହିସାବ ରଖିବାକୁ ପଡିନଥାଏ । ଦୋକାନରେ ପେମେଣ୍ଟ କରିବା ମାତ୍ରେ ସାଉଣ୍ଡବକ୍ସରେ ପେମେଣ୍ଟ ରିସିଭ କରିବାର ମ୍ୟାସେଜ ମିଳିଥାଏ । ଏଥିରେ ବ୍ୟବହାରକାରୀଙ୍କୁ ଏକ ଭଏସ ଆଲର୍ଟ କରାଯାଇଥାଏ । ବର୍ତ୍ତମାନ ଏହି ପ୍ରତିଯୋଗୀତାରେ ଗୁଗଲ ମଧ୍ୟ ଯୋଗ ଦେବା ଯାଉଛି ।

ଆପଣ ପେଟିଏମ କିମ୍ବା ଅନ୍ୟ ୟୁପିଆଇ ଆପରୁ ମିଳୁଥିବା ଭଏସ ଆଲର୍ଟ ଶୁଣିଥିବେ । ଆପଣ ଯେତେବେଳେ ଦୋକାନରେ ପେମେଣ୍ଟ କରୁଛନ୍ତି ସେତେବେଳେ ସାଉଣ୍ଡ ବକ୍ସରେ ପେମେଣ୍ଟ ହୋଇଛି ବୋଲି ସୂଚନା ମିଳୁଛି । ଏଥିରେ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ଫାଇଦା ମିଳିଥାଏ । ରିପୋର୍ଟ ଅନୁସାରେ, ଗୁଗୁଲ ମଧ୍ୟ ସାଉଣ୍ଡ ବକ୍ସ ପାଇଁ ପ୍ଲାନ କରୁଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ଗୁଗୁଲକୁ ନେଇ କଠିନ ସମସ୍ୟା ଚାଲିଛି । ଏହାର ଆଣ୍ଡ୍ରଏଡ୍ ସିଷ୍ଟମର ପ୍ରଧାନ୍ୟ ସ୍ଥିତି ଉପରେ ଏଜେନ୍ସି ନଜର ରଖିଛନ୍ତି ଏବଂ ଏହା ଉପରେ ମଧ୍ୟ ଫାଇନ ଲଗାଇଛନ୍ତି । ଟେକକ୍ରଂଚ ରିପୋର୍ଟ ଅନୁସାରେ, ଗୁଗୁଲ ସାଉଣ୍ଡବକ୍ସର ପାଇଲଟ ପ୍ରୋଜେକ୍ଟ ଭାରତର ମନୋନୀତ ସ୍ଥାନରେ ଲଗାଇବା ଆରମ୍ଭ କରିଛି । ଏହାକୁ କମ୍ପାନୀ ସାଉଣ୍ଡ ବାଏ ଗୁଗୁଲ ପେର ନାମ ଦେଇଛନ୍ତି । ଏହାକୁ ନୂଆଦିଲ୍ଲୀ ସମେତ ଉତ୍ତର ଭାରତରେ ବଣ୍ଟା ଯାଉଛି ।

ରିପୋର୍ଟ ଅନୁସାରେ କମ୍ପାନୀ ଗୁଗୁଲ ବ୍ୟବସାୟୀଙ୍କୁ ବିନା କୌଣସି ଆଡ଼ିସନାଲ ମୂଲ୍ୟରେ ସାଉଣ୍ଡବକ୍ସ ଦେଉଛି । ଏହାସହ ଅନ୍ୟଜଣେ ବ୍ୟବସାୟୀଙ୍କୁ ସାଉଣ୍ଡ ବକ୍ସ ଦେବାପାଇଁ ସମୟ ବ୍ୟବଧାନ ପ୍ରସ୍ତୁତ କରୁଛି । ଏହି ଡିଭାଇସରେ ବିଲ୍ଟ ଇନ ସ୍ପିକର, ଏଲସିଡି ସ୍କ୍ରିନ ଏବଂ କ୍ୟୁଆର କୋଡ ଦିଆଯାଇଛି ।

Get real time updates directly on you device, subscribe now.