fbpx

ଚାଇନାରେ ବନ୍ଦ ହେଲା Google Translation: ଆଉ ମିଳିବନି ସର୍ଭିସ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ Google ଚୀନରେ ଏହାର Translate ସେବା ବନ୍ଦ କରିଛି । ଏହି ପଦକ୍ଷେପ ପରେ ପଡ଼ୋଶୀ ଚୀନରେ କମ୍ପାନୀର ସେବା କ୍ଷେତ୍ର ଆହୁରି ସଂଙ୍କୀର୍ଣ୍ଣ ହୋଇଛି । ରିପୋର୍ଟ ଅନୂଯାୟୀ ଚୀନରେ ଟେକ୍ କମ୍ପାନୀ ଟ୍ରାନ୍ସଲେସନ ସର୍ଭିସ କମ୍ ବ୍ୟବହାର କମ୍ ହେଉଥିବା କାରଣରୁ ବନ୍ଦ କରିଛି । ତେବେ ଏହା ପୂର୍ବରୁ କମ୍ପାନୀ ୨୦୧୦ ରେ ଚୀନରେ ନିଜର ସର୍ଚ୍ଚ ଇଞ୍ଜିନ ସେବା ବନ୍ଦ କରିଥିଲା ।

ତେବେ ଚୀନରେ ଗୁଗଲ ଟ୍ରାନ୍ସଲେସନ ସେବା ହଠାତ୍ ବନ୍ଦ ହେବାରୁ କିଛି ଚାଇନା ଆପ୍ସ ଉପରେ ଏହାର ପ୍ରଭାବ ପଡ଼ିଛି । ଏହା ଏଭଳି ଏକ ଆପ୍ଲିକେସନ ଯେଉଁମାନେ ଗୁଗଲ ଟ୍ରାନ୍ସଲେଟ ଉପରେ ନିର୍ଭରଶୀଳ ଥିଲେ । ଏକ ରିପୋର୍ଟ ଅନୂଯାୟୀ କମ୍ପାନୀର ଏହି ପଦକ୍ଷେପ ପରେ କେଓରିଡର ଡକ୍ୟୁମେଣ୍ଟ ରିଡର ଭଳି ସେବାର ବ୍ୟବହାର କରୁଥିବା ୟୁଜରଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଗୁଗଲ ଚାଇନାରେ ୨୦୧୭ ରେ ଏହାର ଟ୍ରାନ୍ସଲେସନ ଆପ୍ ଲଞ୍ଚ କରିଥିଲା ।

ସୂଚନାଯୋଗ୍ୟ, ଗୁଗଲ ୨୦୦୬ ରେ ଚୀନରେ ଗୁଗଲ ସର୍ଚ୍ଚ ଇଞ୍ଜିନର ଚାଇନ ଭର୍ସନ ଲଞ୍ଚ କରିଥିଲା । କିନ୍ତୁ ସ୍ଥାନୀୟ ସର୍ଚ୍ଚ ଇଞ୍ଜନ ବାଇଡୁ ତରଫରୁ ଏହାକୁ କଡ଼ା ଟକ୍କର ମିଳଥିଲା,ଯାହାପରେ ୨୦୧୦ ରେ ସର୍ଚ୍ଚ ଇଞ୍ଜିନ୍ ବନ୍ଦ କରିଥିଲା ।

Get real time updates directly on you device, subscribe now.