fbpx

(Video) ମୁହଁରେ ହୁକ୍କା ପୂରାଇ ଷ୍ଟେଜ୍ ଉପରେ ଏପରି କାରନାମା କଲେ ବର-କନିଆ: କୁଣିଆ ଆଶ୍ଚର୍ଯ୍ୟ

ଆଜିକାଲି ବିବାହ ଋତୁ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଭାଇରାଲ ଭିଡିଓ ସାମ୍ନାକୁ ଆସୁଛି । କନିଆର ମେକଅପରୁ ନେଇ ବାହାଘର ମଣ୍ଡପ ଓ ଝିଅବିଦା ପର୍ଯ୍ୟନ୍ତ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନେକ ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛି ଭିଡିଓ ଲୋକଙ୍କୁ ଇମୋସନାଲ କରିଦିଏ । ଅବଶ୍ୟ ଏବେ କିଛି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଷ୍ଟେଜ୍ ଉପରେ ବର-କନ୍ୟା ପରସ୍ପରଙ୍କୁ ବରଣମାଳା ପିନ୍ଧାଉଥିବା ଓ ଡ୍ୟାନ୍ସ କରୁଥିବା ତ ଆପଣମାନେ ଦେଖିଥିବେ, କିନ୍ତୁ କାହାକୁ ହୁକ୍କା ଟାଣୁଥିବାର ଆପଣ ଦେଖିଛନ୍ତି କି ? ଏହି ଭିଡିଓରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ବିଦେଶରେ ବାହାଘରମାନଙ୍କରେ ବର-କନ୍ୟା ପରସ୍ପରଙ୍କୁ କିସ୍ କରିବା ତ ଅତି ସାମାନ୍ୟ କଥା, କିନ୍ତୁ ଭାରତରେ ଏପରି ପରମ୍ପରା ନାହିଁ । ପରନ୍ତୁ ଭାଇରାଲ ଭିଡିଓରେ ଏପରି କିଛି ଦେଖିବାକୁ ମିଳିଛି, ଯାହାଫଳରେ ସେଠାରେ ଉପସ୍ଥିତ ଥିବା କୁଣିବା ଓ ଭିଡିଓ ଦେଖୁଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ଷ୍ଟେଜରେ ବର-କନ୍ୟା ଠିଆ ହୋଇଛନ୍ତି ଓ ତାଙ୍କ ଆଗରେ ହୁକ୍କା ରଖାଯାଇଛି , ଯାହାର ପାଇପଲାଇନ୍ କନ୍ୟା ହାତରେ ଅଛି । କନ୍ୟା ହୁକ୍କା ଟାଣି ସମସ୍ତ ଧୁଆଁ ନିଜ ମୁହଁରେ ନେଇସାରିବା ପରେ ବରକୁ କିସ୍ କରୁଛନ୍ତି । କିସ୍ କରିବା ଭିତରେ ସେ ତାଙ୍କ ମୁହଁରେ ଧୁଆଁ ଛାଡ଼ିଛନ୍ତି । ଏଭଳି ଦୃଶ୍ୟ ଦେଖି ବାହାଘରରେ ଥିବା କୁଣିଆ ଆଶ୍ଚର୍ଯ୍ୟ ହେବା ସହ ସୋସିଆଲ ମିଡିଆରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

 

View this post on Instagram

 

A post shared by Laiba Waseem (@laiba._waseem)

Get real time updates directly on you device, subscribe now.