fbpx

ଗୋପାଳ ପାଗଳ ନ ଥିଲେ ! ୧୦ ବର୍ଷ ତଳୁ ହୋଇଥିଲା କି ନବ ଦାସଙ୍କ ହତ୍ୟା ଷଡଯନ୍ତ୍ର ?

ଭୁବନେଶ୍ୱର : ସ୍ୱର୍ଗତଃ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ଅଭିଯୁକ୍ତ ଗୋପାଳ ପୋଲିସ କବଳରେ ଥିଲେ ମଧ୍ୟ ସେ ପ୍ରକୃତ ଅପରାଧୀ କି ନୁହେଁ ତାହା ବି ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି । ଗୋପାଳ ନିଜକୁ ଦୋଷୀ ବୋଳଇ ସ୍ୱୀକାରୋକ୍ତି କରି ସାରିବା ପରେ ସରକାର ଏହାକୁ ମାନି ନେଇଥିଲେ ମଧ୍ୟ ବିରୋଧ ଦଳ ଏହାକୁ ମାନିବାକୁ ନାରଜ । ବାରମ୍ବାର ନବ ଦାସଙ୍କ ହତ୍ୟାକାଣ୍ଡ କୁ ନେଇ ଗୃହରେ ଉତ୍ତେଜନା ସୃଷ୍ଟି ହେଉଛି ଏବଂ ଗୃହ ମୁଲତବୀ ହେଉଛି । ତଥାପି ଥଣ୍ଡା ପଡୁନି ଏହି ପ୍ରସଙ୍ଗ । ନିଜ ଦଳ ମନ୍ତ୍ରୀଙ୍କୁ ହରାଇବା ପରେ ବିଜେଡି ସରକାର ଯେତିକି ଚିନ୍ତାରେ ନାହିଁ ତାଠାରୁ ଅଧିକ ଚିନ୍ତାରେ ଅଛି ରାଜ୍ୟ ବିରୋଧୀ ଦଳ । ବାରମ୍ବାର ଗୃହରେ ଏହି ପ୍ରସଙ୍ଗ ଉଠାଇ ଗୃହ ମୁଲତବୀ କରୁଛନ୍ତି । ଏସବୁ ମଧ୍ୟରେ ଆଜି ମଧ୍ୟ ଗୃହରେ ଏହି ପ୍ରସଙ୍ଗ ଉଠିଥିଲା ।

ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଗୃହରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ ଯାହାକୁ ନେଇ ୟେଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ମାନସିକ ରୋଗ ପାଇଁ ଗୋପାଳ ଦାସ କେବେ ବି ଛୁଟି ଆବେଦନ କରି ନ ଥିଲେ । ସେହିପରି ଟ୍ରାନ୍ସଫର ପାଇଁ ମଧ୍ୟ ସେ କେବେ ବି ଆବେଦନ କରିନଥିଲା । ବରଂ ବିନା ସୂଚନାରେ ସେ ୨ ମାସ ପର୍ଯ୍ୟନ୍ତ ଛୁଟିରେ ଥିଲେ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗୋପାଳ ଦାସ ଚାକିରି କାଳ ମଧ୍ୟରେ ପ୍ରଥମେ ୨୦୧୪ ମସିହା ଫେବୃଆରୀ ୩ ତାରିଖରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ । କିନ୍ତୁ ଏନେଇ ସେ ଉପରସ୍ଥ କର୍ତ୍ତୁପକ୍ଷଙ୍କୁ ଜଣାଇନଥିଲେ । ଏପ୍ରିଲ ୪ ତାରିଖରେ ସେ ପୂର୍ବ ପରି କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ଦୁଇ ମାସ ଛୁଟିରେ ନଜର ମାନସିକ ସ୍ଥିତି ଭଲ ନଥିଲା ଏବଂ ସେଥିପାଇଁ ସେ ଡାକ୍ତରଙ୍କ ପାଖରେ ଚିକତ୍ସାଧୀନ ଥିଲେ ବୋଲି ପରବର୍ତ୍ତୀ ସମୟରେ କାଗଜପତ୍ର ଦାଖଲ କରି ଦର୍ଶାଇଥିଲେ। ଡାକ୍ତରୀ ଚିକିତ୍ସା କାଗଜପତ୍ର ସହିତ ସୁସ୍ଥତା ପ୍ରମାଣପତ୍ର ପ୍ରଦାନ କରି ଅନୁପସ୍ଥିତି ଥିବା ୬୦ ଦିନର ଦରମା ପାଇବାକୁ ଅନୁରୋଧ କରିଥିଲେ ।

ସେହିଭଳି ୨୦୧୫ରେ ମଧ୍ୟ ପେବୃଆରୀ ମାସରେ ୮ ଦିନ ଛୁଟି ନେବାକୁ କହି ପାଖାପାଖି ୪ ମାସ ପରେ କାର୍ଯ୍ୟରେ ଯୋଗ ଦେଇଥିଲେ । ମାର୍ଚ୍ଚ ୧ରେ କାର୍ଯ୍ୟେରେ ଯୋଗ ଦେବାର ଥିଲେ ହେଲେ ସେ ଜୁନ୍ ୨୯ରେ ଯୋଗ ଦେଇଥିଲେ । ସେଥିରେ ମଧ୍ୟ ୧୧୯ ଦିନର ଅନୁପସ୍ଥିତିକୁ ଶରୀରିକ ଅସୁସ୍ଥତା ବୋଲି ଜଣାଇଥିଲେ । ନିଜ ସୁସ୍ଥତାର ପ୍ରମାଣ ପତ୍ର ଦେଇ କାର୍ଯ୍ୟରେ ଯୋଗ ଦେଇଥିଲେ । ପୂର୍ବ ଭଳି ଅନୁପସ୍ଥିତିକୁ ରେଗୁଲାର୍ କରିବା ପାଇଁ ଅନୁମତି ମାଗିଥିଲେ ।

ତେବେ ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ୯ କିମ୍ବା ୧୦ ବର୍ଷ ପୂର୍ବରୁ ଗୋପାଳକୁ ମନମୁଖୀ କାର୍ଯ୍ୟ ପାଇଁ ଅନୁମତି ମିଳିଥିଲା । ଯେବେ ଚାହୁଁଥିଲେ ସେ କାର୍ଯ୍ୟରୁ ବିରତି ନେଉଥିଲେ ଏବଂ ଯେବେ ଇଚ୍ଛା କରୁଥିଲେ କର୍ଯ୍ୟରେ ଯୋଗ ଦେଉଥିଲେ । ତାଙ୍କ ପାଇଁ କୌଣସି ରୋକ ଠୋକ୍ ନଥିଲା ଏବଂ ଏହାର ପ୍ରଭାବ ମଧ୍ୟ ତାଙ୍କ କ୍ୟାରିୟର ଉପରେ ପଡୁନଥିଲା । ତାଙ୍କ ସୁସ୍ଥତାର ପ୍ରମାଣ ପତ୍ର ସବୁ ପ୍ରଶ୍ନକୁ ଏଡାଇ ଦେଉଥିଲା । ତେବେ ଗୋପାଳ ଏବେ ବି ସେହି ପ୍ରଶ୍ନ ଘେରରେ ରହିଛି ଯେ, ସେ ସତରେ ପାଗଳ, ମାନସିକ ବିକାରଗସ୍ତ ନା କୌଣସି ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ।

Get real time updates directly on you device, subscribe now.