fbpx

ଦୁନିଆର ଦ୍ଵିତୀୟ ବିତ୍ତଶାଳୀ ବ୍ୟକ୍ତି ହେଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି ଗୌତମ ଅଦାନୀ । ସେ ଆମାଜନର ଜେଫ ବେଜୋସଙ୍କୁ ପଛରେ ପକାଇ ପୁଣି ଥରେ ତୃତୀୟ ସ୍ଥାନ ଦଖଲ କରିଥିଲେ । ଏବେ ସେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି । ଦୁନିଆର ଦ୍ଵିତୀୟ ସବୁଠୁ ବଡ ବିତ୍ତଶାଳୀ ବ୍ୟକ୍ତି ବର୍ଣ୍ଣାର୍ଡ ଆରନଲ୍ଟ ଙ୍କୁ ହରେଇ ଗୌତମ ଅଦାନୀ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ କରିଥିଲା ।
ଫୋବର୍ସର ରିୟଲ ଟାଇମ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ବଢି ୧୪୮.୮ ବିଲିୟନ ଡଲାରରେ ଥିଲା । ବର୍ତ୍ତମାନ ଏହା ବଢି ୧୫୪.୭ କୁ ବୃଦ୍ଧି ପାଇଛି। ଏଥିସହ ସେ ଶୀର୍ଷ-୧୦ ତାଲିକାରେ ବର୍ତ୍ତମାନ ଦ୍ଵିତୀୟ ଶ୍ରେଣୀରେ ପହଞ୍ଚିଛନ୍ତି । ଆରନଲ୍ଟଙ୍କ ବର୍ତ୍ତମାନ ତଳକୁ ଖସିଛନ୍ତି।

ଗୌତମ ଅଦାନୀ ଏବଂ ଦ୍ଵିତୀୟ ସ୍ଥାନରେ ଥିବା ବର୍ଣ୍ଣାର୍ଡ ଆରନଲ୍ଟଙ୍କ ସଂପତ୍ତି ମଧ୍ୟରେ ସ୍ଵଲ୍ପ ବ୍ୟବଧାନ ରହିଥିଲା । ଉଭୟଙ୍କ ସଂପତ୍ତିରେ ସଂପ୍ରତି ୬.୧ ବିଲିୟନ ଡଲାରର ବ୍ୟବଧାନ ରହିଥିଲା । ଯେଉଁ ହିସାବରେ ଅଦାନୀଙ୍କ ସଂପତ୍ତି ବଢିବାରେ ଲାଗିଥିଲା ବର୍ତ୍ତମାନ ସେ ଦୁନିଆର ସବୁଠୁ ବଡ ଦ୍ଵିତୀୟ ଧନୀ ହୋଇ ପାରିଛନ୍ତି ।

ଫୋର୍ବସ୍ ରିୟଲଟାଇମ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତିରେ ମୋଟ ୫.୫ ବିଲିୟନ ଡଲାରର ବୃଦ୍ଧି ହୋଇ ସାରିଥିଲା। ଏବେ ସେ ୧୫୫.୭ ବିଲିୟନ ଡଲାର ସହ ବିଶ୍ୱର ୨ ନମ୍ବର ବିଲେନିୟର ପାଲଟିଛନ୍ତି। ତାଙ୍କ ଉପରେ ଅର୍ଥାତ ୧ ନମ୍ବର ସ୍ଥାନରେ ଏବେବି ଟେସଲା ସିଇଓ ଏଲନ ମସ୍କ ଅଛନ୍ତି, ଯାହାଙ୍କର ମୋଟ ନେଟୱର୍ଥ ୨୭୩.୫ ବିଲିୟନ ଡଲାର ରହିଛି। ଆଦାନୀଙ୍କ ପରେ ତୃତୀୟ ସ୍ଥାନରେ ୧୫୫.୨ ବିଲିୟନ ଡଲାର ନେଟୱର୍ଥ ସହ ବର୍ଣ୍ଣାର୍ଡ ଅର୍ଣ୍ଣଲଟ ଅଛନ୍ତି।

Get real time updates directly on you device, subscribe now.