୨୫ଲକ୍ଷରେ ମିଳୁଛି ସରକାରୀ ଚାକିରୀ ! ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାପାଇଁ ରାଜରାସ୍ତାକୁ ଓହ୍ଲାଇବ କ୍ରାନ୍ତି ସେନା
SI ପ୍ରଶ୍ନ ପତ୍ର ଲିକ୍ ପ୍ରସଙ୍ଗରେ ଯୁବ ଛାତ୍ରଙ୍କୁ ନ୍ୟାୟ ଦେବାପାଇଁ ରାଜରାସ୍ତାକୁ ଓହ୍ଲାଇବ କ୍ରାନ୍ତି ସେନା
ଭୁବନେଶ୍ୱର:ବର୍ତ୍ତମାନ ସମୟରେ ଚାକିରୀଟିଏ କରିବା ବହୁତ କଷ୍ଟ ହେଇପଡୁଛି। କିନ୍ତୁ ଏପରେ ପରିଶ୍ରମ ପରେ ସବୁ ବୃଥା ହେଉଛି । ଏଠି ଚାକିରୀ କଳାବଜାରୀ ଚାଲିଛି । ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଛାତ୍ରଙ୍କ ଭବିଷ୍ୟତ । ବର୍ଷ ବର୍ଷ ଧରି ନିଯୁକ୍ତି ପରୀକ୍ଷାରେ ଘୋଟାଲ କରୁଥିବା ଲୋକଙ୍କ ମୁଖା ଖୋଲିଛି । ପ୍ରତି ଚାକିରି ପାଇଁ ହୋଇଥିଲା ୨୫ ଲକ୍ଷର ଡିଲ ହେଇଥିବା ନେଇ ସୂଚନା ମିଳିଥିଲା ।
କେବଳ ଓଡ଼ିଶାରେ ନୁହେଁ ବିଭିନ୍ନ ରାଜ୍ୟରେ ମାଳମାଳ ଅପରାଧିକ ମାମଲା ଖୁଲମଖୁଲା ଚାଲିଥିଲା । ପ୍ରଶ୍ନ ପତ୍ର ଲିକ୍, ସରକାରୀ ଚାକିରି ବିକ୍ରି, ଶହ ଶହ ଗରିବ ଛାତ୍ରଛାତ୍ରୀଙ୍କ ଚାକିରୀ ପାଇଁ ଟଙ୍କା ହଡ଼ପ ଅଭିଯୋଗ ଓଡିଶାରେ ଖୋଲିଥିଲା ଏକାଧିକ ଅନଲାଇନ୍ ପରୀକ୍ଷା କେନ୍ଦ୍ରରେ ଚାଲିଛି ଏଭଳି ଦୋ ନମ୍ବର କାମ । ଏଥିରେ ସମ୍ପୃକ୍ତ ଓଡ଼ିଶାରେ ସରକାରୀ ଚାକିରି ଦୁର୍ନୀତିର କଳା ସାମ୍ରାଜ୍ୟ ମେଲେଇଛନ୍ତି।

ବର୍ଷ ବର୍ଷ ଧରି ପରୀକ୍ଷାର୍ଥୀ ଯାହା ପାଇଁ ପରିଶ୍ରମ କରୁଛନ୍ତି ତାଙ୍କୁ କିଛି ବି ଫଳ ମିଳୁନି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କିଭଳି ଖେଳ ଖେଳାଯାଉଛି ତାହା ଏବେ ଓଡ଼ିଶାବାସୀ ନିଜେ ଦେଖୁଛନ୍ତି । ଛାତ୍ରଛାତ୍ରୀଙ୍କ ହକ ପାଇଁ , SI ପ୍ରଶ୍ନ ପତ୍ର ଲିକ୍ ପ୍ରସଙ୍ଗରେ ଯୁବ ଛାତ୍ରଙ୍କୁ ନ୍ୟାୟ ଦେବାପାଇଁ ରାଜରାସ୍ତାକୁ ଓହ୍ଲାଇବ କ୍ରାନ୍ତି ସେନା। ଯୁବ ଛାତ୍ର କ୍ରାନ୍ତି ସେନାର ଆବାହକ ପାର୍ଥ ସାରଥୀ ମୁଦୁଲି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାମୁତାବକ ନିକଟରେ ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା । ରାକେଟରେ ମାଳ ମାଳ ଦଲାଲ ଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍ ।
ସେପଟେ ମାମଲାରେ ଆନ୍ଧ୍ରର ପ୍ରଶ୍ନ ପ୍ରସ୍ତୁତକାରୀ ସଂସ୍ଥା ସିଲିକନ୍ ଉପରେ କ୍ରାଇମ୍ ବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସ ଚଢ଼ାଉ କରିଛି । ସିଲିକନ୍ ର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରିଛି ମିଳିତ ଟିମ୍ । ଚଢାଉ ବେଳେ, କ୍ରାଇମବ୍ରାଞ୍ଚ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ହାତରେ ଲାଗିଥିବା ବେଳେ, ସଂସ୍ଥାର ଅଧିକାରୀ ଫେରାର ହୋଇଯାଇଛନ୍ତି ।
