fbpx

ସରକାରୀ ବିଦ୍ୟାଳୟର ବହି ଏବେ ଫୋନରେ, କେବଳ କ୍ୟୁ-ଆର କୋଡ୍ ସ୍କାନ୍ କରି ଯେଉଁଠି ଚାହିଁବେ ସେଇଠି ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆର ଏକ ନୂଆ ଆରମ୍ଭ ହୋଇଛି । ଏବେ ସରକାରୀ ବିଦ୍ୟାଳୟରେ ଡିଜିଟାଲ ଇଣ୍ଡିଆର ରୂପାୟନ ଦିଆଯାଇଛି । ପିଲାଙ୍କୁ ଆଉ ବହି କଣିବାକୁ ମିଳିବନି, କେବଳ କ୍ୟୁଆର କୋଡ ସ୍କାନ କରି ପାଠ ପଢିବେ । ବହି ଖୋଲି ପାଠ ପଢିବେନି ଏଣିକି ଛାତ୍ରଛାତ୍ରୀମାନେ ମୋବାଇଲ ଖୋଲି ପାଠ ପଢିବେ । ଯେଉଁଠି ଚାହାିଁବେ ସେଇଠି ମୋବାଇଲରେ ପାଠ ପଢିବେ ଛାତ୍ରଛତ୍ରୀ । ବିହାରର ପାଟନା ସରକାରୀ ବିଦ୍ୟାଳୟଗୁଡ଼ିକ ଡିଜିଟାଲ ଷ୍ଟଡିର ସୁବିଧା କରାଯାଇଛି ।

ଏହି କ୍ୟୁଆର କୋଡ୍ ସ୍କାନ୍ କରିବା ପାଇଁ ମୋବାଇଲର ପ୍ଲେ ଷ୍ଟୋରରୁ “ଦୀକ୍ଷା” ଆପ୍ ଡାଉନଲୋଡ୍ କରିବାକୁ ପଡିବ । ସେହି ଆପ୍ ମାଧ୍ୟମରେ କ୍ୟୁଆର କୋଡ୍ ରେ ପାଠ ପଢିପାରିବେ । ତେବେ ସ୍କାନ କଲା ପରେ କିଭଳି ପଢିବେ ବା ପଢିବାରେ ଅସୁବିଧା ହେଲେ ଶ୍ରେଣୀ ଶିକ୍ଷକ ଏନେଇ ଛାତ୍ରଛାତ୍ରୀଙ୍କୁୁ ପଶିକ୍ଷଣ କରିବେ ।
ଡିଜିଟାଲ୍ ଫର୍ମରେ ଥିବା ସମସ୍ତ ପୁସ୍ତକ ଇ-ଲଟ୍ ସହିତ ଲିଙ୍କ୍ ହୋଇଛି । ଇ ବହୁ ଅର୍ଥ ହେଉଛି ଇ-ଲାଇବ୍ରେରୀ ଶିକ୍ଷକ ଏବଂ ଛାତ୍ର । ପ୍ରଥମରୁ ଦ୍ୱାଦଶ ପର‌୍ୟ୍ୟନ୍ତ ସମସ୍ତ ପୁସ୍ତକ ଇ-ଲଟ୍ ସହିତ ସଂଯୁକ୍ତ ।

Get real time updates directly on you device, subscribe now.