fbpx

ଗାନ୍ଧୀ ଜୟନ୍ତୀରୁ ଅନଲାଇନରେ ସମସ୍ତ ସରକାରୀ ସେବା

୫-ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୭(ଓଡ଼ିଶା ଭାସ୍କର): ୫ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ରୁ ସମସ୍ତ ସରକାରୀ ସେବା ଅନଲାଇନରେ ଉପଲବ୍ଧ ହେବ । ସରକାରୀ ସେବା ପାଇଁ ଆଉ ଅଫିସ ଆସିବାକୁ ପଡ଼ିବ ନାହିଁ । ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପାଇଁ ଏହା ଲାଗୁ ହେବ । ଭୁବନେଶ୍ୱର ଜମି ବ୍ୟବହାର ଗୁଇନ୍ଦା ବ୍ୟବସ୍ଥା-ବିଏଲୟୁଆଇସିର ଶୁଭାରମ୍ଭ କରାଯାଇଛି । ସରକାରୀ ଜମିର ଉପଯୋଗ ସମ୍ପର୍କରେ ତଥ୍ୟ ରଖିବେ ସରକାର । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ମହାକାଶ ବିଜ୍ଞାନ କୌଶଳ ବ୍ୟବହାର କରିବ । ସରକାରୀ ଅଫିସରେ ପ୍ରବେଶ ପାଇଁ ହେବ ଇ-ପ୍ରବେଶ ବ୍ୟବସ୍ଥା ହୋଇଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନରେ ଏହି ବ୍ୟବସ୍ଥା ଲାଗୁ ହେବ । ରାଜ୍ୟ ବାହାରେ ଥିବା ଓଡ଼ିଶା ଭବନଗୁଡ଼ିକ ପାଇଁ ଇ-ଭବନର ମଧ୍ୟ ଶୁଭାରମ୍ଭ ହୋଇଛି । ଅତିଥିଙ୍କ କୋଠରୀ ବୁକିଂ ଓ ବିଲ୍ ପଇଠ ପାଇଁ ଅନଲାଇନ ବ୍ୟବସ୍ଥା ରହିବ । ରାଜ୍ୟ ଅତିଥି ଭବନଗୁଡ଼ିକ ପାଇଁ କାର୍ଯ୍ୟକାରୀ ହୋଇଛି ଇ-ଅତିଥି ବ୍ୟବସ୍ଥା । ସରକାରୀ କର୍ମଚାରୀଙ୍କ ପାଇଁ ଏଚଆରଏମଏସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ନବୀନ । ଏଣିକି ଅନଲାଇନରେ ଛୁଟି, ଋଣ ଓ ଇ-ସର୍ଭିସ ବୁକର ବିବରଣୀ ମିଳିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.