fbpx

ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭୁବନେଶ୍ୱର ୦୯ । ୦୫ (ଓଡ଼ିଶା ଭାସ୍କର) : ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଆଜି ପରଲୋକରେ ହୋଇଯାଇଛି । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଟ୍ୱିଟ ମାଧ୍ୟମରେ ତାଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ପରିବାର ଓ ବନ୍ଧୁ ପରିଜନଙ୍କୁ ରାଜ୍ୟପାଳ ସମବେଦନ ଜଣାଇଛନ୍ତି ।ପଦ୍ମଶ୍ରୀ ରଘୁନାଥ ମହାପାତ୍ର ତାଙ୍କର ଭାସ୍କର୍ଯ୍ୟକଳା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି କହିଛନ୍ତି ରାଜ୍ୟପାଳ ।

ସୂଚନା ଅନୁସାରେ କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିବା ବେଳେ ୭୮ ବୟସରେ ତାଙ୍କର ନିଧନ ହୋଇଛି । ସାଂସଦ ସମେତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ମଧ୍ୟ ଥିଲେ ପଦ୍ମବିଭୂଷଣ ରଘୁନାଥ । ସେ ଗତ ୨୨ ତାରିଖରେ କରୋନା ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଅପରାହ୍ନ ୩ଟା ୪୯ରେ ରଘୁନାଥଙ୍କ ନିଧନ ହୋଇଛି । ସେ ପଦ୍ମଶ୍ରୀ, ପଦ୍ମଭୁଷଣ ଓ ପଦ୍ମବିଭୂଷଣରେ ମଧ୍ୟ ସମ୍ମାନିତ ହୋଇଥିଲେ ।

Get real time updates directly on you device, subscribe now.