fbpx

ସରିଲା ରିମାଣ୍ଡ: ଜେଲ୍ ଗଲା ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ

ବଲାଙ୍ଗିର(ଓଡ଼ିଶା ଭାସ୍କର) : ବହୁଚର୍ଚ୍ଚିତ ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ଅବଧି ଶେଷ ହେବା ପରେ ସେ ପୁଣି ଜେଲ ଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର ପରେ କଣ୍ଟାବାଞ୍ଜି ଜେଲ ଯାଇଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ଗତ ୨୦ ତାରିଖରେ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ । ଗୋବିନ୍ଦକୁ ରିମାଣ୍ଡରେ ଆଣିବାକୁ ପୋଲିସ ଆଉ ଆବେଦନ କରିବ ନାହିଁ । କିନ୍ତୁ ଗୋବିନ୍ଦର ଡ୍ରାଇଭର ରାଧେଶ୍ୟାମକୁ ରିମାଣ୍ଡରେ ଆଣିପାରେ ପୋଲିସ ।

ତେବେ ଆଜି ସକାଳ ୭ଟାରେ ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ସକାଳୁ ସକାଳୁ ଗଣମାଧ୍ୟମକୁ ଆଢ଼ୁଆଳରେ ରଖି ଜେଲକୁ ନେଇଥିଲା ପୋଲିସ । ସକାଳ ୭ଟାରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର ପରେ ଜେଲକୁ ଗଲା ଗୋବିନ୍ଦ ।

Get real time updates directly on you device, subscribe now.