fbpx

ମମିତା କେସରେ ବାହାରିବ କି ଆଉ କିଛି ଗୁମର! ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଗୋଟିଏ ପରେ ଗୋଟିଏ ଖୁଲାସା ହେବା ପରେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଗୋବିନ୍ଦ ସାହୁ । ଗିରଫ ପରେ ଘନ ଘନ ଜେରା ପରେ ସତ ଓଗାଳିଛି ଗୋବିନ୍ଦ । ଏହାରି ମଧ୍ୟରେ କୋର୍ଟରେ ଗୋବିନ୍ଦକୁ ହାଜର କରିଛି ପୋଲିସ । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଗୋବିନ୍ଦକୁ ହାଜର କରିଛି ପୋଲିସ । ଗୋବିନ୍ଦକୁ କୋର୍ଟ ଚାଲାଣ ପରେ ୫ ଦିନ ପାଇଁ ପୋଲିସ ରିମାଣ୍ଡକୁ କୋର୍ଟ ମଞ୍ଜୁର କରିଛନ୍ତି ।

ତେବେ ଗୋବିନ୍ଦକୁ ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ସମୟ ମାଗିଥିଲା । କିନ୍ତୁ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ମଞ୍ଜୁର କରିଛନ୍ତି । ମମିତା ହତ୍ୟା ମାମଲାରେ ଗୋବିନ୍ଦକୁ ରିମାଣ୍ଡରେ ନେବା ପରେ ଆଉ କିଛି ଗୁମର ଖୋଲିବ ବୋଲି ଆଶଙ୍କା ରହିଛି ।

Get real time updates directly on you device, subscribe now.