ସରକାର ଏବଂ Apple ର ଡବଲ ଚେତାବନୀ! iPhone ୟୁଜର୍ସ ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ହ୍ୟାକ୍ ହୋଇଯିବ ଫୋନ୍

iPhone ୟୁଜର୍ସ ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ହ୍ୟାକ୍ ହୋଇଯିବ ଫୋନ୍ । ସରକାର ଜାରି କଲେ ଚେତାବନୀ ।

ନୂଆଦିଲ୍ଲୀ: iPhone ବ୍ୟବହାରକାରୀଙ୍କୁ ଡବଲ ଚେତାବନୀ ଜାରି କଲେ ସରକାର ଏବଂ Apple । iPhone ର ଅପରେଟିଂ ସିଷ୍ଟମରେ ମିଳିଥିବା ଏକ ତ୍ରୁଟି ଯୋଗୁଁ ଏହି ନୂତନ ଚେତାବନୀ ଜାରି କରାଯାଇଛି। Apple iPhone ଗୁଡ଼ିକୁ ସାଧାରଣତଃ Android ଫୋନ୍ ଅପେକ୍ଷା ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଏ, କିନ୍ତୁ iOS ରେ ମିଳିଥିବା ଏକ ତ୍ରୁଟି ଆପଣଙ୍କ iPhone କୁ ହ୍ୟାକ୍ କରିପାରେ। ସରକାରଙ୍କ ଏହି ଚେତାବନୀ ଉପରେ Apple ମଧ୍ୟ ଲକ୍ଷ ଲକ୍ଷ iPhone ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି।

ଏକ ବଡ଼ ସାଇବର ଆକ୍ରମଣର ବିପଦ

Apple ନିଜ iPhone ବ୍ୟବହାରକାରୀଙ୍କୁ ଜାରି କରାଯାଇଥିବା ଚେତାବନୀରେ କହିଛି ଯେ, ସମସ୍ତେ ନିଜ ଡିଭାଇସକୁ ଲାଟେଷ୍ଟ iOS 26 ସଂସ୍କରଣରେ ଅପଡେଟ୍ କରାଇ ନିଅନ୍ତୁ । ନଚେତ୍ ସେମାନେ ହ୍ୟାକର୍ସଙ୍କ ଆକ୍ରମଣର ଶିକାର ହୋଇପାରନ୍ତି। Apple ର ସରକାରୀ ସୁରକ୍ଷା ପରାମର୍ଶଦାତା ଅନୁଯାୟୀ, iOS ରେ WebKit ନାମକ ଏକ ସିଷ୍ଟମ୍ କମ୍ପୋନେଣ୍ଟରେ ଜିରୋ-ଡେ ଗଡ଼ବଡ଼ ଥିବା ଦେଖିବାକୁ ମିଳିଛି, ଯଦ୍ବାରା ହ୍ୟାକର୍ସମାନଙ୍କ ପାଖରେ ୟୁଜର୍ସଙ୍କ ଡିଭାଇସର ଆକ୍ସେସ ମିଳିଯାଇପାରେ ।

WebKit ହେଉଛି ସେହି ଟୁଲ, ଯାହା Apple ର Safari ୱେବ୍ ବ୍ରାଉଜର ଏବଂ iPhone ରେ ଥିବା ସମସ୍ତ ବ୍ରାଉଜର ଏବଂ ୱେବ୍-ଆଧାରିତ ଆପ୍ସକୁ ଅପରେଟ କରେ। ଯଦି ହ୍ୟାକର୍ସଙ୍କୁ ଏହି ଦୁର୍ବଳତା ବିଷୟରେ ଟିକେ ବି ଭଡ଼କ ଲାଗିଯାଏ, ତେବେ ସେମାନେ ଏହାର ଫାଇଦା  ଉଠାଇପାରନ୍ତି। ହ୍ୟାକର୍ସ iPhone ରେ କୋଡ୍ ଚଲାଇ ବ୍ୟବହାରକାରୀଙ୍କ ଡାଟା ଆକ୍ସେସ୍ କରିପାରିବେ। ହ୍ୟାକର୍ସ ପୂର୍ବରୁ ମଧ୍ୟ ଏହା ମାଧ୍ୟମରେ ଟାର୍ଗେଟେଡ୍ ଆକ୍ରମଣ କରିଛନ୍ତି। Apple ଏହି ତ୍ରୁଟିଗୁଡ଼ିକୁ ସମାଧାନ କରିବା ପାଇଁ ସମ୍ପ୍ରତି ଏକ ନୂତନ ସୁରକ୍ଷା ଅପଡେଟ୍ ଜାରି କରିଛି। ଏହି ଅପଡେଟ୍ ହାଇ-ସିକ୍ୟୁରିଟି ସମସ୍ୟାଗୁଡ଼ିକୁ ସମାଧାନ କରେ। ତେଣୁ, ଯଦି ଆପଣ iOS ର ଏକ ପୁରୁଣା ସଂସ୍କରଣ ବ୍ୟବହାର କରୁଛନ୍ତି, ତେବେ ନୂତନ ଅପଡେଟ୍ ଏହି ସମସ୍ୟାଗୁଡ଼ିକର ସମାଧାନ କରିପାରିବ।

ସରକାରୀ ଚେତାବନୀ

Apple ର ପରାମର୍ଶ ପରେ, ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି, CERT-In, iPhones ଏବଂ iPads ପାଇଁ ଏକ ହାଇ-ରିସ୍କ ଚେତାବନୀ ମଧ୍ୟ ଜାରି କରିଛି। CERT-In iOS ଏବଂ iPadOS ରେ ମିଳୁଥିବା ଅନେକ ତ୍ରୁଟିଗୁଡ଼ିକୁ ହାଇଲାଇଟ୍ କରିଛି ଏବଂ ଆପଣଙ୍କ ଡିଭାଇସଗୁଡ଼ିକୁ ତୁରନ୍ତ ଅପଡେଟ୍ କରିବାକୁ ସୁପାରିଶ କରିଛି। ଯଦି ଆପଣଙ୍କ iPhone ରେ ଅଟୋ ଅପଡେଟ୍ ଏନେବଲ ହୋଇନାହିଁ, ତେବେ ଆପଣ ଆପଣଙ୍କ ଡିଭାଇସର ସେଟିଂସରେ ଅପଡେଟ୍ ଖୋଜିପାରିବେ ଏବଂ ନୂଆ ଅପଡେଟକୁ ଇନଷ୍ଟଲ କରିପାରିବେ।