fbpx

ଖୁସିଖବର! ୧୦ ଟଙ୍କା ଶସ୍ତା ହେବ ଖାଇବା ତେଲ: କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ଦରଦାମ୍ ବଢ଼ୁଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଖୁସି ଖବର । ଏବେ ପୁଣି ଥରେ ଖାଇବା ତେଲ ଦାମ୍ ହ୍ରାସ ପାଇବାକୁ ଯାଉଛି । ଖାଇବା ତେଲର ଦାମକୁ ଗୋଟିଏ ସପ୍ତାହ ମଧ୍ୟରେ କମାଇବାକୁ କମ୍ପାନୀଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଖାଇବା ତେଲ ଦାମକୁ ନେଇ ଖାଦ୍ୟ ସଚିବ ଏବଂ କମ୍ପାନୀମାନଙ୍କ ସହିତ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ଖାଇବା ମୂଲ୍ୟ ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସରକାର ତୈଳ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଖାଦ୍ୟ ମନ୍ତ୍ରାଳୟ ଗତ ମାସରେ ଏକ ବୈଠକ ଡକାଇଥିଲା । ବିଶ୍ୱ ସ୍ତରରେ ଦାମ୍ ହ୍ରାସ ପାଇବା ପରେ ମନ୍ତ୍ରାଳୟ ତୈଳର ଖୁଚୁରା ଦାମକୁ ଆହୁରି କମାଇବା ଉପରେ ଚର୍ଚ୍ଚା କରିବା ପାଇଁ ତୈଳ ଉତ୍ପାଦନକାରୀ ଏବଂ ବାଣିଜ୍ୟ ସଂସ୍ଥାମାନଙ୍କର ବୈଠକ ଡକାଇଥିଲା ।

ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି ଯେ, ‘ଆମେ ଖାଇବା ତେଲ କମ୍ପାନୀମାନଙ୍କୁ ସୂଚନା ଦେଇଛୁ ଯେ ଗତ ଏକ ସପ୍ତାହ ମଧ୍ୟରେ ବିଶ୍ୱ ଦରରେ ୧୦% ହ୍ରାସ ପାଇଛି। ଏହି ହ୍ରାସର ଲାଭ ଗ୍ରାହକଙ୍କୁ ଦିଆଯିବା ଉଚିତ୍ | ଆମେ କମ୍ପାନୀଗୁଡିକୁ MRP ହ୍ରାସ କରିବାକୁ କହିଛୁ । ଉତ୍ପାଦନକାରୀମାନେ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ପରି ଆମଦାନୀ ହେଉଥିବା ସମସ୍ତ ତେଲରେ MRPକୁ ଆସନ୍ତା ସପ୍ତାହ ସୁଦ୍ଧା ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ପ୍ରତିଶୃତି ଦେଇଛନ୍ତି। ଖାଇବା ତେଲର ମୂଲ୍ୟ ହ୍ରାସ ପାଇବା ପରେ ଅନ୍ୟ ରନ୍ଧନ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇବ।’

Get real time updates directly on you device, subscribe now.