ସରକାରଙ୍କ ନୂଆବର୍ଷ ଭେଟି: ବଢିଲା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍, ଏହି ଦିନଠୁ ପାଇବେ ଅଧିକ ଟଙ୍କା

ବଢିଲା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍ । ନୂଆବର୍ଷ ଆଗରୁ ବଡ ଘୋଷଣା କଲେ ସରକାର ।

ଭୁବନେଶ୍ବର: ନୂଆବର୍ଷ ଆଗରୁ ବଡ ଘୋଷଣା କଲେ ସରକାର । ବଢିଲା ଆୟୁର୍ବେଦିକ ଓ ହୋମିଓପାଥିକ ପିଜି ଡାକ୍ତର ଛାତ୍ରଛାତ୍ରୀଙ୍କ ଷ୍ଟାଇେପଣ୍ଡ୍ । ମୋହନ ସରକାର ନୂଆବର୍ଷ ଆଗରୁ ଛାତ୍ରଛାତ୍ରୀମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି ।

ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍‌ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି କରିଛନ୍ତି ମୋହନ ସରକାର । ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ନୂଆ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ।ଷ୍ଟାଇପେଣ୍ଡ୍ ବୃଦ୍ଧି ନେଇ ସିଏମଓଙ୍କ ପକ୍ଷରୁ ସୂଚନା । ପିଜି କରୁଥିବା 120 ଜଣ ଛାତ୍ରଛାତ୍ରୀ ହେବେ ଉପକୃତ ।

ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ 55% ବୃଦ୍ଧି ହେବ । ଫଳରେ ଆଗରୁ ମାସିକ 31 ହଜାର ମିଳୁଥିବା ବେଳେ ଏବେ ମିଳିବ 48 ହଜାର ।

ପିଜି ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ 62% ବୃଦ୍ଧି ହେବ । ଫଳରେ ଆଗରୁ ମାସିକ 32 ହଜାର ମିଳୁଥିବା ବେଳେ ଏବେ ମିଳିବ 52 ହଜାର ।

ପିଜି ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ 67% ବୃଦ୍ଧି ହେବ । ଫଳରେ ଆଗରୁ ମାସିକ 33 ହଜାର ମିଳୁଥିବା ବେଳେ ଏବେ ମିଳିବ 55 ହଜାର ।

ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ଏହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁହେବ।

ଏହାଦ୍ବାରା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରି ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।