fbpx

ରେଳ ବଜେଟକୁ ନେଇ ମନ୍ତ୍ରୀଙ୍କ ସୂଚନା: ଚଳିତ ଥର ବୃଦ୍ଧି ପାଇଲା ଅନୁଦାନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟ ଆଗତ କରିଛନ୍ତି । ରେଳ ବଜେଟରେ ଓଡ଼ିଶାକୁ କେତେ ଅନୁଦାନ ମିଳିବ ସେନେଇ ରାଜ୍ୟବାସୀ ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ଏନେଇ ଘୋଷଣା କରିଛନ୍ତି ।

ତେବେ ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟ ସରକାର ୮୪୦୦ କୋଟି ମାଗିଥିବା ବେଳେ କେନ୍ଦ୍ର ସରକାର ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ୨୮୦ କିମିର ରେଳପଥ ନିର୍ମାଣ କରାଯିବା ସହ ୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ । ଡବଲିଂ ପାଇଁ ୩୮୦୦ କୋଟି ଓ ନୂଆ ଲାଇନ୍ ପାଇଁ ୨୫୬୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ପ୍ରୋଟୋଟାଇପ ପ୍ରସ୍ତୁତ ହେବ । ଏହାପରେ ଆସନ୍ତାବର୍ଷ ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିବ । ଭକ୍ତମାନେ ଏୟାରପୋର୍ଟରୁ ସିଧାସଳଖ ପୁରୀ ଯିବା ପାଇଁ ଲିଙ୍ଗରାଜ ରୋଡ଼ ଷ୍ଟେସନ ଆଧୁନିକୀକରଣ କରାଯାଉଛି । ଏହାଦ୍ୱାରା ଯାତ୍ରୀମାନେ ବିମାନରୁ ଓହ୍ଲାଇବା ପରେ ବ୍ୟାଟେରୀ ଗାଡ଼ିରେ ସିଧାସଳଖ ଲିଙ୍ଗରାଜ ରୋଡ଼ ଷ୍ଟେସନରେ ପହଞ୍ଚି ଟ୍ରେନରେ ପୁରୀ ଯାଇ ପାରିବେ ।

Get real time updates directly on you device, subscribe now.