ନିଆରା ବାହାଘର, ଫୁଲରେ ସଜା ଯାଇଥିବା କାର ନୁହେଁ, ବର ଯାଉଛନ୍ତି JCBରେ କନ୍ୟାଘର
ନିଆରା ବାହାଘର, ବର ଯାଉଛନ୍ତି JCBରେ କନ୍ୟାଘର
ନୂଆଦିଲ୍ଲୀ: ଆରମ୍ଭ ହେଲାଣି ବିବାହ ଋତୁ । ଚାରିଆଡେ ଏବେ ବିବାହର ମାହୋଲ । ସୋସିଆଲ ମିଡିଆ ଖୋଲୁ ଖୋଲୁ ଆପଣମାନେ ବିବାହର ଭିଡିଓ ସବୁ ଦେଖିବାକୁ ପାଇବେ । କେଉଁଠି ବର କନ୍ୟାଙ୍କ ଏଣ୍ଟ୍ରି ତ କେଉଁଠି ବିବାହର ରୀତିନୀତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଟ୍ରେଣ୍ଡିଂ କରୁଛି । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭିଡିଓରେ ବର ଘୋଡା କି ଗାଡିରେ ନୁହେଁ ବରଂ JCBରେ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ ।
ଟିକେ କଳ୍ପନା କରନ୍ତୁ ତ, ବିବାହ ଶୋଭାଯାତ୍ରାରେ DJ ବାଜୁଥିବ, ସମ୍ପର୍କୀୟ BJ ତାଳେ ତାଳେ ନାଚୁଥିବେ, କିନ୍ତୁ ବର କୌଣସି ଗାଡି କି ଘୋଡାରେ ନୁହେଁ JCBର ବକେଟ୍ ଉପରେ ଠିଆ ହୋଇଥିବ । ଦେଖିବାକୁ ଟିକେ ଫିଲ୍ମି ଲାଗୁଥିଲେ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିବା ଦୃଶ୍ୟଟି ସମ୍ପୁର୍ଣ୍ଣ ସତ୍ୟ ।
JVBରେ ଆସିଲା ବର: ଭାଇରାଲ ଭିଡିଓରେ, ବର “ଜୁଗାଡ଼ ୱାଲି ଟ୍ରାକ୍ଟର ଜେସିବି” ର ବକେଟ ଉପରେ ଠିଆ ହୋଇ ହସୁଥିବାର ଦେଖାଯାଉଛି । ତଳେ ଠିଆ ହୋଇଥିବା ସମ୍ପର୍କୀୟ ଏବଂ ବନ୍ଧୁମାନେ ତାଙ୍କ ମୋବାଇଲରେ ତାଙ୍କର ଏହି ଅନନ୍ୟ ଏଣ୍ଟ୍ରିର ଫୋଟି ଭିଡିଓ ବନଉଥିବାର ଦେଖିବାକୁ ମିଳୁଛି । ଭିଡିଓକୁ ଦେଖି ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି ।
ସୋସିଆଲ ମିଡିଆରେ ଟ୍ରେଣ୍ଡ: ଭିଡିଓଟି @ck_official_555 ନାମକ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରାଯାଇଛି। ଏପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ଏଯାବତ୍ ଦେଖିସାରିଲେଣି । ଭିଡିଓଟି ଭାଇରାଲ ହେବା ମାତ୍ରେ ହିଁ ଲୋକେ ତାଙ୍କର ବିଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଭାଇ ନିଶ୍ଚୟ ଜଣେ ସିଭିଲ୍ ଇଞ୍ଜିନିୟର ହେବେ।” ଆଉ ଜଣେ କହିଛନ୍ତି, “ଅଲ୍ଟ୍ରା ପ୍ରୋ ମ୍ୟାକ୍ସ ଏଣ୍ଟ୍ରି।” ସେହିପରି ଜଣେ ୟୁଜର୍ସ “ବାହୁବଳୀ ଷ୍ଟାଇଲ୍ ଏଣ୍ଟ୍ରି” କହିଥିବା ବେଳେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, “ଜେସିବିର ୱାଇଲ୍ଡ କାର୍ଡ ଏଣ୍ଟ୍ରି।”
