fbpx

(Video)ଆରେ! ଏ କି ହଟହଟା, ବାହାହେବା ପାଇଁ ୨୮ କିଲୋମିଟର ଚାଲିଲେ ବରପକ୍ଷ; ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର : ଡ୍ରାଇଭର ମାନଙ୍କ ଷ୍ଟେରିଙ୍ଗ ଛଡ଼ା ଆନ୍ଦୋଳନଚାଲିଛି । ଆଉ ସେପଟେ ଏହପାଇଁ ହନ୍ତ ସନ୍ତ ହେଉଛନ୍ତି ଲୋକେ । ଡ୍ରାଇଭର ଆନ୍ଦୋଳନର ପ୍ରଭାବର ଏପରି ଏକ ଚିତ୍ର ରାୟଗଡ଼ କଲ୍ୟାଣସିଂହପୁରରୁ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବ। ଆମେ ତେଲ ଟାଙ୍କିରୁ ତେଲ ସାରିବା କିମ୍ବା ପରିବା ଦର ବଢିବା କଥା କହୁନାହୁଁ ବରଂ ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଗାଡ଼ି ନ ମିଳିବରୁ ବର ଚାଲି ଚାଲି ଯିବା କଥା କହୁଛୁ । ବିବାହ ପାଇଁ ୪ଟି ଗାଡି ଭଡା କରିଥିଲେ ବରପକ୍ଷ କିନ୍ତୁ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଗୋଟିଏ ହେଲେ ଗାଡ଼ି ଆସିନଥିଲା । ଫଳରେ ଅନ୍ୟ କୌଣସି ବାଟ ନପାଇ ୨୮କିଲୋମିଟର ବାଟ ଚାଲି ଚାଲି ଆସି କନିଆଁ ଘରେ ପହଁଚିଲେ ବରଯାତ୍ରୀ ।

ସୂଚାନମୂତାବକ କଲ୍ୟାଣସିଂହପୁର ବ୍ଲକର ପଡ଼ିଆ ଗାଁରୁ ଗତକାଲି ସନ୍ଧ୍ୟାରେ ବରଯାତ୍ରୀ ଚାଲି ଚାଲି ବାହାରିଥିଲେ, ଏବଂ ରାତି ୩ଟାରେ ପୁଜାରିଗୁଡା ପଞ୍ଚାୟତ ଦିବଳିପାଡୁ ଗାଁରେ ଥିବା କନିଆଁ ଘରେ ପହଞ୍ଚିଥିଲେ । ଡ୍ରାଇଭର ଆନ୍ଦୋଳନ ଯୋଗୁଁ ରାୟଗଡ଼ା କଲ୍ୟାସଣସିଂହପୁର ଅଞ୍ଚଳରେ କୌଣସି ଗାଡିମୋଟର ଚଳାଚଳ କରୁନାହିଁ । ଫଳରେ ୨୮କିଲୋମିଟର ବାଟ ଚାଲି ଚାଲି ଆସି କନିଆଁ ଘରେ ପହଞ୍ଚିଛନ୍ତି ବରପକ୍ଷ । ଆଉ ଏଭଳି ଘଟଣା ଏବେ ସବୁଠାରେ ଖୁବ ଚର୍ଚ୍ଚା ରେ ରହିଛି।

Get real time updates directly on you device, subscribe now.