fbpx

ଏହି ମାର୍କେଟରେ ବିକ୍ରି ହୁଅନ୍ତି ବର! ୭୦୦ ବର୍ଷରୁ ଚାଲିଆସୁଛି ପରମ୍ପରା

ଭାରତରେ ଗୋଟିଏ ପଟେ ଯୌତୁକ ନେବା ଆଇତଃ ଅପରାଧ, କିନ୍ତୁ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲୋଭରେ ଯୌତୁକ ନେଉଛନ୍ତି । ଯୌତୁକ ପ୍ରଥା ମାମଲାରେ ଉତ୍ତରପ୍ରଦେଶ ଏବଂ ବିହାର ନାମ ସବୁବେଳେ ଆଗରେ । ଏଠାରେ ଲୁଚା ଛପାରେ ନୁହେଁ ବରଂ ଖୋଲାଖୋଲି ଭାବରେ ଯୌତୁକ ନିଆଯାଇଥାଏ । ଅନେକ ସମୟରେ ତ’ ବରର ଆୟ ହିସାବରେ ଯୌତୁକ ମଗାଯାଏ । ଆଉ ବଡ଼କଥା ହେଉଛି ଏଥିରେ ଉଭୟ ବର ଏବଂ କନ୍ୟା ପକ୍ଷ ରାଜି ମଧ୍ୟ ହୋଇଥାଏ ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିହାରରେ ଏକ ପ୍ରଥା ରହିଛି । ଯେଉଁଠାରେ ଏକ ବର ବଜାର ବସିଥାଏ । ଏଠାରେ ପ୍ରାୟ ୧୦୦ ବର ବସିଥାନ୍ତି । ଏହି ବଜାରକୁ ସୌରାଠ ସଭା ମଧ୍ୟ କୁହାଯାଏ । ଏଥିପାଇଁ କୁହାଯାଏ ଯେ ଦୁନିଆରେ ସବୁଠୁ ପୁରୁଣା ବୈବାହିକ ସାଇଯରୁ ଗୋଟିଏ । ଏହି ମାର୍କେଟରେ ଅନେକ ଜାତିର ଲୋକ ଆସିଥାନ୍ତି ଏବଂ ନିଜ ପାଇଁ ଉପଯୁକ୍ତ ପସନ୍ଦ ଖୋଜିଥାନ୍ତି । ଆଉ ଯେଉଁ ବରର ପେଷା ଅଧିକ ପ୍ରତିଷ୍ଠିତ ହୋଇଥାଏ ତାଙ୍କୁ ସେତିକି ଯୌତୁକ ମିଳିଥାଏ । ଏହି ସଭାରେ ଆରେଞ୍ଜ ମ୍ୟାରେଜ୍ କରାଯାଇଥାଏ ।

୭୦୦୦ ବର୍ଷ ପୁରୁଣା ଏହି ଅଦ୍ଭୁତ ପରମ୍ପରାରେ ହେବାକୁ ଥିବା ବରଙ୍କୁ ସାର୍ବଜନିକ ପ୍ରଦର୍ଶନରେ ଛିଡ଼ା ହେବାକୁ ପଡ଼େ ଏବଂ କନ୍ୟାଙ୍କ ପରିବାର ଲୋକ ବରଙ୍କର ଚୟନ କରନ୍ତି । ସାଧାରଣତଃ ଏହି ପ୍ରକ୍ରିୟାରେ କନ୍ୟାଙ୍କ  କୌଣସି କଥା ଶୁଣାଯାଇନଥାଏ ।

Get real time updates directly on you device, subscribe now.