fbpx

GSTକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କେବେଠାରୁ ଲାଗୁ ହେବ, ସୂଚନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଜିଏସଟିର ଏକ ବଡ଼ ନିୟମ ବଦଳିବାକୁ ଯାଉଛି । ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ । ୧୦ କୋଟିରୁ ଅଧିକ ଟର୍ଣ୍ଣଓଭର ଥିବା କମ୍ପାନୀମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏହି କମ୍ପାନୀମାନଙ୍କୁ ଏଣିକି ଅକ୍ଟୋବର ପହିଲାରୁ ବିଟୁବି ଟ୍ରାଞ୍ଜାକସନ ପାଇଁ ଇ-ଇନଭଏସ୍ ଜେନେରେଟ କରିବାକୁ ପଡ଼ିବ । କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ ଏନେଇ ଏକ ସର୍କୁଲାର ଜାରି କରି ସୂଚନା ଦେଇଛି । ଏହାପୂର୍ବରୁ ଗତ ମାର୍ଚ୍ଚରେ ୨୦ରୁ ୫୦ କୋଟିର ଟର୍ଣ୍ଣଓଭର ପାଇଁ ଟ୍ୟାକ୍ସ ପ୍ରଦାତ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ ଓ ଲଗ୍ ଇନ୍ ସୁବିଧା ରହିଥିଲା । ଏପ୍ରିଲରୁ ୧ରୁ ବୋର୍ଡ ଜିଏସଟି ଇ-ଚାଲାଣର ସୀମାକୁ ୫୦ କୋଟିରୁ ହ୍ରାସ କରି ୨୦ କୋଟି କରିଦେଇଥିଲା ।

ଗତ ବର୍ଷ ଏପ୍ରିଲ ୧ ତାରିଖ ଠାରୁ ୫୦ କୋଟିରୁ ଅଧିକ ଟର୍ଣ୍ଣଓଭର କମ୍ପାନୀମାନେ ବିଟୁବି ଇନଭଏସ ଜେନେରେଟ କରୁ ନଥିଲେ । ତେଣୁ ଏବେ ୧୦ କୋଟିରୁ ଅଧିକ ଟର୍ଣ୍ଣଓଭର କମ୍ପାନୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଭାରତ ସରକାର କ୍ରମାଗତ ଭାବେ ଜିଏସଟି ନିୟମ ପରିବର୍ତ୍ତନ କରୁଛନ୍ତି । ଟ୍ୟାକ୍ସ ଚୋରିକୁ ହ୍ରାସ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଇନଭଏସ୍ ପାଇଁ କରଦାତାଙ୍କୁ ନିଜର ଆନ୍ତରିକ ପ୍ରଣାଳୀ ମାଧ୍ୟମରେ ବିଲ ବାହାର କରିବାକୁ ପଡ଼ିଥାଏ । ଏଥିସହିତ ଏହାର ତଥ୍ୟ ଅନଲାଇନ ଇନଭଏସ୍ ପଞ୍ଜୀକରଣ ପୋର୍ଟାଲ (ଆଇଆରପି)କୁ ପ୍ରଦାନ କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.