fbpx

ହସ୍ପିଟାଲରେ କୋଭିଡ କଟକଣା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଗାଇଡଲାଇନ୍: ଆଇପିଡି ଓ ଓପିଡିକୁ ଯାଇପାରିବେନି ଗଣମାଧ୍ୟମ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ସଂକ୍ରମଣ ୧୦ ହଜାର ଉପରେ ରହିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି କରାଯିବା ସହ ସ୍କୁଲ କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାରେ ଅଫଲାଇନ ପାଠପଢ଼ା ବନ୍ଦ ରଖାଯାଇଛି ।

ଏହାରି ମଧ୍ୟରେ ସମସ୍ତ ହସ୍ପିଟାଲ ଏବଂ ମେଡିକାଲ କଲେଜ ପାଇଁ କୋଭିଡ ଗାଇଡଲାଇନ ଜାରିକରିଛି । ସବୁ ଜିଲ୍ଲାର ପିଏଚଓ ପାଇଁ ମଧ୍ୟ ଜାରି ହୋଇଛି ଗାଇଡଲାଇନ୍ । ସଂକ୍ରମଣ ରୋକିବା ପାଇଁ କୋଭିଡ୍ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଅନାବଶ୍ୟକ ଆଡମିଶନ ବନ୍ଦ ଓ କେବଳ ଜରୁରୀ ଅସ୍ତ୍ରୋପଚାର ଜାରି ନିର୍ଦ୍ଦେଶ । ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ଅନ୍ୟମାନଙ୍କୁ ମନା । ଗଣମାଧ୍ୟମ ଓପିଡି ଓ ଆଇପିଡିକୁ ଯାଇ ପାରିବେ ନାହିଁ । ଓପିଡି ପେସେଣ୍ଟ ଲୋଡ୍ କମ୍ ପାଇଁ ଟେଲିମେଡିସିନ୍ ବ୍ୟବସ୍ଥା ଆରମ୍ଭ ନିର୍ଦ୍ଦେଶ । ଟେଲିମେଡିସିନ ସେବା ପାଇଁ ୨୪x୭ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ନିର୍ଦ୍ଦେଶ । ଏଥିସହ କମିଟି ଗଠନ କରି ଟେଲିମେଡିସିନ୍ ସେବା ଯୋଗାଇବାକୁ ପରାମର୍ଶ ।

Get real time updates directly on you device, subscribe now.